ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

An Independent Media

ଭଦ୍ରକ : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ବଜାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାଟଣା ସାହି ଗ୍ରାମର ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ଖବର ଅନୁଯାୟୀ ଚାନ୍ଦବାଲି ବ୍ଲକ୍ ମତୋ ପାଟଣାସାହି ଗ୍ରାମର ପ୍ରଫୁଲ୍ଲ ମହାନ୍ତି (୨୮) ମେଡିକାଲ ପଛରେ ଥିବା ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏହାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ୍ ପହଞ୍ôଚ ଶବକୁ ଜବତ କରିବା ସହ ଅଧିକ ଅନୁସନ୍ଧାନ ଚଳାଇଛି । ତେବେ ପରିବାର ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବାର ଅଭିଯୋଗ କରି ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରେ ଶବ ରଖି ପ୍ରତିବାଦ କରିଛନ୍ତି ।

error: Thank You Keep Visiting