୭ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ,ଜଣେ ଗିରଫ

An Independent Media

ବୁଧୁପୁର ଗାଁର ନଡିଆ ଗଛରେ ନିଆଁ ଲଗାଇବା ପ୍ରସଙ୍ଗ

ଭଦ୍ରକ: ଭଦ୍ରକ ଜିଲା ତିହିଡି ଥାନା ମୁକୁନ୍ଦପୁର ପଂଚାୟତ ଅଧୀନବୁଧୁପୁର ଗାଁର ଜଣେ ବ୍ୟକ୍ତିଙ୍କ ନଡିଆ ଗଛରେ ଅପରପକ୍ଷ ନିଆଁ ଲଗାଇଥିବା ଘଟଣାକୁ ନେଇ ପୁଲିସ୍ଉଭୟ ପକ୍ଷଙ୍କ ଏତଲା କ୍ରମେ ୭ ଜଣଙ୍କ ବିରୁଦ୍ଧରେ ୨ଟି ମାମଲା ରୁଜୁ କରିବା ସହିତ ଜଣେଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ବାବୁଲାଜେନା ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ପ୍ରକାଶ ଥାଉକି ରବିବାର ସକାଳ ପ୍ରାୟ ୧୨ ଘଟିକାରେସନ୍ତୋଷ ଜେନା ନିଜ ବାଡିରେ ଥିବା ଗୋଟିଏ ନଡିଆ ଗଛରେ ନିଆଁ  ଲଗାଯାଇଥିବା ଜାଣିବାକୁ ପାଇଥିଲେ । ଅପରପକ୍ଷ ସବିତାଜେନା, ବାବୁଲା ଜେନା, ପରେଶ ଜେନା ଓ ନୁଶୁରୀ ଜେନା ବୋଲି ସନ୍ତୋଷଙ୍କ ମାଆ ଜାଣିବା ପରେ ସେମାନଙ୍କୁ କଣପାଇଁ ନିଆଁ ଲଗାଇବ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଅପରପକ୍ଷ ଉତ୍‌କ୍ଷିପ୍ତ ହୋଇ ଧକ୍କାମାରିଥିଲେ । ପରେ ସନ୍ତୋଷ ତାଙ୍କ ମାଆଙ୍କୁ ଉଦ୍ଧାର କରିବା ବେଳେ ଅପରପକ୍ଷ ତାଙ୍କୁ ବାଉଁଶରେପାହାର ପରେ ପାହାର କରିଥିଲେ । କ୍ଷତାକ୍ତ ହୋଇ ସନ୍ତୋଷ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏବଂସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ୍ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରି ସନ୍ତୋଷ ଥାନା ମୁଖ୍ୟଫାଟକ ସମ୍ମୁଖରେ ସପରିବାର ସହିତ ଧାରଣାରେ ବସିଥିଲେ । ସନ୍ତୋଷଙ୍କ ଏତଲା କ୍ରମେ ଥାନାରେସଂପୃକ୍ତ ୪ ଜଣଙ୍କ ବିରୋଧରେ ଏକ ମାମଲା ୬୭/୨୦, ଦଫା ୩୪୧ / ୨୯୪ /୩୨୩ / ୩୫୪ / ୫୦୬ ଓ ୩୪ ଆଇପିସି ରୁଜୁ ହେବା ସହିତ ଅଭିଯୁକ୍ତ ବାବୁଲା ଜେନାଙ୍କୁ ପୁଲିସ୍ ଗିରଫକରିଛି । ଅନ୍ୟପଟେ ଅପରପକ୍ଷ ସବିତା ଜେନାଙ୍କ ଏତଲା କ୍ରମେ ଭାସ୍କର ଜେନା, ବାପି ଓରଫ ସନ୍ତୋଷ ଜେନା ଓ ଅହଲ୍ୟା ଜେନାଙ୍କ ବିରୋଧରେ ଅନ୍ୟ ଏକ ମାମଲା  ୬୮/୨୦, ଦଫା ୩୪୧ / ୨୯୪ /୩୨୩ / ୩୫୪ / ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି । ତେବେ ଉଭୟ ପକ୍ଷଙ୍କ ଏତଲା କ୍ରମେ ସମସ୍ତଅଭିଯୁକ୍ତଙ୍କ ବିରୋଧରେ ସମାନ ଦଫା ରୁଜୁ ହେବା ସାଧାରଣରେ ଆଲୋଚନାର ବିଷୟ ସାଜିଛି ।

error: Thank You Keep Visiting