ଆରପିଏଫ୍ ପୁଲିସ୍ ଦ୍ୱାରା ଚୋରା କୋଇଲା ମାଫିଆର ମାଷ୍ଟର ମାଇଣ୍ଡ ଗିରଫ

An Independent Media

ଭଦ୍ରକ: ଧାମରା-ଭଦ୍ରକ ରେଳପଥରେ କୋଇଲା ଚୋରି ଦିନକୁ ଦିନ ବୃଦ୍ଧି ପାଇଛି । ରେଳପଥ ପାଶ୍ୱର୍ବର୍ତ୍ତୀଅଂଚଳରେ ଏହି କୋଇଲାକୁ ବ୍ଲାକ୍ ଡାଇମଣ୍ଡ କୁହାଯାଉଥିବା ବେଳେ ଆରପିଏଫ୍ ରେଳବାଇ ପୁଲିସ୍ ପାଇଁମୁଣ୍ଡବ୍ୟଥାର କାରଣ ପାଲଟିଛି । ଭଦ୍ରକ ଆରପିଏଫ୍ ରେଲ୍‌ୱେ ସୁରକ୍ଷା ବଳ ପୁଲିସ୍ ଦ୍ୱାରା କୋଇଲାମାଫିଆ ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ତିହିଡି ବ୍ଲକ୍ ହାଟୁଆରୀ ଗ୍ରାମରଭଗବାନ ଦାଓ ଓରଫ ବାୟା । ଅଭିଯୁକ୍ତ ଭଦ୍ରକ ସମେତ ଯାଜପୁର ଜିଲାରେ ମଧ୍ୟ କୋଇଲା ଚୋରିରେସଂପୃକ୍ତି ଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ୍ ଆଖିରେ ଧୂଳିଦେଇ ବାୟାବୁଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଘରେ ଚଢାଉ କରି ଧରିବାରେ ସଫଳ ହୋଇଛି ରେଲ୍‌ୱେସୁରକ୍ଷା ବଳ ପୁଲିସ୍ । ତେବେ ବିଭିନ୍ନ ସ୍ଥାନରେ ବେକାର ଯୁବକମାନଙ୍କୁ ପ୍ରବର୍ତ୍ତାଇ କୋଇଲା ଚୋରିରେନିୟୋଜିତ କରିବା ସହ ବ୍ୟବସାୟର ଚେର ଅନ୍ୟ ରାଜ୍ୟକୁ ଲମ୍ବିଥିବା ପୁଲିସ୍ ଜାଣିବାକୁ ପାଇଛି ।ଅଧିକ ତଦନ୍ତ ପାଇଁ କୋର୍ଟରେ ହାଜର ପରେ ରିମାଣ୍ଡରେ ଆଣି ପଚରାଉଚରା ପରେ କୋଇଲା ଚୋରି ରାକେଟରପର୍ଦ୍ଦାଫାଶ ହେବ ବୋଲି ପୁଲିସ୍ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

error: Thank You Keep Visiting