ନାବାଳିକାକୁ ଅପହରଣ କରି ବିବାହ ପ୍ରସଙ୍ଗ; ୩ ବର୍ଷ ପରେ ଗୁଜିଦରଡାରୁ ଗିରଫ କଲା ପୁଲିସ୍‌

An Independent Media

ଭଦ୍ରକ: ନାବାଳିକାକୁ ଅପହରଣ କରି ବଳପୂର୍ବକ ବିବାହ କରିଥିବାଅଭିଯୋଗରେ ଅଭିଯୁକକୁ ଗିରଫ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନଗୁଜିଦରଡା ଗାଁର ରବି ଜେନାଙ୍କ ପୁଅ ସୁକୁଟା (୨୪) ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ଗତ୨୦୧୭ ମସିହା ମାର୍ଚ୍ଚ ୪ ତାରିଖ ସନ୍ଧ୍ୟାରେ ତିହିଡି ଥାନା ଅଧୀନ ସୟା ପଂଚାୟତ ମହାଦେବସାହିରଜନୈକା ନାବାଳିକାକୁ ଅପହରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଏକମାମଲା ୧୨୧/୧୭, ଦଫା ୩୬୩ / ୩୬୬ (ଏ) ଆଇପିସି ଓ ୬ ପସ୍କୋଆକ୍ଟ ରୁଜୁ ହୋଇଥିଲା । ପରେ ଅଭିଯୁକ୍ତ ଜଣକ ସଂପୃକ୍ତା ନାବାଳିକାକୁ ବିବାହ କରିଥିବା ଏବଂ ଏକପିଲା ହୋଇଥିବା ଖବର ପରିବାର ଲୋକେ ଜାଣିବାକୁ ପାଇଥିଲେ । ଦୀର୍ଘଦିନ ଧରି ଅଭିଯୁକ୍ତ ନାବାଳିକାସହିତ ବାହାରେ ରହୁଥିବାରୁ ପୁଲିସ୍ କୌଣସି ଟେର୍ ପାଇନଥିଲା । ତେବେ ନାବାଳିକା ଅପହରଣ ଅଭିଯୋଗମୁତାବକ ତିହିଡି ପୁଲିସ୍  ଅଭିଯୁକ୍ତକୁ ନିଜ ଘରୁଗିରଫ କରିଥିବା ସୂଚନା ମିଳିଛି । ସଂପ୍ରତି ନାବାଳିକା ସାବାଳିକା ହୋଇଥିଲେ ମଧ୍ୟ ଆଇନ୍ ଅନୁଯାୟୀତାର ସ୍ୱାମୀ ଏଭଳି ଗିରଫ ହୋଇଥିବା ଜଣାଯାଇଛି ।

error: Thank You Keep Visiting