ନିଶାସକ୍ତ ଦୁର୍ବୁତଙ୍କ ଉନ୍ମୁକ୍ତ କାଣ୍ଡରେ ଟଳିପଡିଲା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି

An Independent Media

ସାଲେପୁର : ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ସ୍ଥାନୀୟ ସିଢ଼ୋ ପଞ୍ଚାୟତର ତାରିଣୀ ଛକଠାରେ କେତେକ ଦୁର୍ବୃତ୍ତ ଭାଙ୍ଗିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ରାତିରେ ସ୍ଥାନୀୟ ପଞ୍ଚାୟତର କେତେକ ଯୁବକ ଏହି ପ୍ରତିମୂର୍ତ୍ତି ତଳେ ମଦ ପିଇଥିଲେ। ନିଶାସେବନ ପରେ ସେମାନେ ଉତ୍ୟକ୍ତ ଅବସ୍ଥାରେ ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ପକାଇ ଦେଇଥିଲେ। ଘଟଣାଟି ରବିବାର ସକାଳେ ସ୍ଥାନୀୟ ଲୋକ ଦେଖିଲାପରେ ଏ ନେଇ ଜପକୁଦ ଫାଣ୍ଡିରେ ଅଭିଯୋଗ କରିବା ପରେ ଜପକୁଦ ଫାଣ୍ଡି ପୁଲିସ ଅଧିକାରୀ ବ୍ରଜକିଶୋର ଦକ୍ଷିଣକବାଟ ଘଟଣାସ୍ଥଳରେ ପହଞ୍ଚି ମୂର୍ତ୍ତି ଭଙ୍ଗା ଘଟଣାରେ ସମ୍ପୃକ୍ତ ସିଢ଼ୋ ଗ୍ରାମର ଅବିନାଶ ମହାନ୍ତି (୨୨), ଦେବାଶିଷ ବଳ (୨୪), ଡମ୍ବରୁଧର ନାୟକ(୪୯)ଙ୍କୁ ଗିରଫ କରିଥିବାବେଳେ ଆଉ ଜଣେ ନବଘନ ଜେନା ଫେରାର ଥିବା ପୁଲିସ କହିଛି। ମୂର୍ତ୍ତି ଭଙ୍ଗା ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସେଠାରେ ପୂର୍ବରୁ ଦୋକାନ କରିଥିବା ମୀନକେତନ ନାୟକଙ୍କ ଉପରେ ମଧ୍ୟ ଏମାନେ ଆକ୍ରମଣ କରିଥିବା କୁହାଯାଇଛି। ପୁଲିସ ପୃଥକ୍‍ ପୃଥକ୍‍ ମାମଲା ଗ୍ରହଣ କରି ଘଟଣାର ତଦନ୍ତ କରୁଥିବାବେଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

error: Thank You Keep Visiting