ଏବେବି ଇଶ୍ୱରଙ୍କ କୃପା ପ୍ରତ୍ୟେକ୍ଷ ଭାବରେ ରହିଛି

Straight to the Point

ତିର୍ତ୍ତୋଲ: ବିଜ୍ଞାନର ଚରମ ଅଗ୍ରଗତି ଘଟିବା ସହିତ ଇଶ୍ୱରଙ୍କ ପ୍ରତି ବିଶ୍ୱାସ କମୁଥିବାବେଳେ ଇଶ୍ୱରଙ୍କ କୃପା ଏବେବି ପ୍ରତ୍ୟେକ୍ଷଭାବରେ ରହିଥିବା ପ୍ରମାଣ ଦେଖିବାକୁ ମିଳିଛି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ଶ୍ରୀରାମ ପୁରଠାରେ ରହିଛି ପଞ୍ଚମୁଖି ଅନୁମାନ ମନ୍ଦିର । ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଥାଆନ୍ତି । ପୂଜକ ନାରାୟଣ ତ୍ରୀପାଠୀ ପ୍ରତ୍ୟେକ ଦିନ ଭଳି ଆଜି ସକାଳ ୭ ଟା ସମୟରେ ମନ୍ଦିରକୁ ପୂଜା କରିବାକୁ ଆସିବାବେଳକୁ ଶହସ୍ରାଧିକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ । ମନ୍ଦିରରେ ଥିବା ହୁଣ୍ଡି ବାକ୍ସରୁ ପୂଜକଙ୍କ ପୁଅ ଗୋବିନ୍ଦ(୨୦) ହାତ ପୁରାଇ ଦାନ ଅର୍ଥ ନେବାକୁ ଚେଷ୍ଟା କରୁଥିବାବେଳେ ଦାନ ବାକ୍ସରୁ ଗୋବିନ୍ଦଙ୍କ ହାତ ବାହାରିନଥିଲା । ଉପସ୍ଥିତ ଲୋକଙ୍କର ପ୍ରଚେଷ୍ଟା ସତ୍ୱେ ରିପୋଟ ଲେଖାହେବା ପର୍ଯ୍ୟନ୍ତ ଗୋବିନ୍ଦର ହାତ ହୁଣ୍ଡିବାକ୍ସରୁ ବାହାରିପାରିନଥିଲା । ଅପରପକ୍ଷରେ ଗୋବିନ୍ଦ ଚିତ୍କିରା କରି କହୁଥିଲା ହୁଣ୍ଡି ବାକ୍ସଭିତରେ ତା ହାତକୁ କିଏ ଟାଣିଧରିଛି । ଏକଥା ଉପସ୍ଥିତ ଲୋକେ ଶୁଣିବାପରେ ହୁଳହୁଳି ଓ ଶଙ୍ଖଧ୍ୱନି ଦେଇ ଜୟ ହନୁମାନ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠଇଥିଲା । ହନୁମାନଙ୍କର ମହିମାରୁ ଦାନବାକ୍ସରୁ ଚୋରୀକରୁଥିବା ବ୍ୟକ୍ତିକୁ ହନୁମାନ ଦଣ୍ଡ ଦେଉଛନ୍ତି ବୋଲି ଆଲୋଚନା ହେଉଥିଲା । ଏବେ ମେସିନ ସାହାଯ୍ୟରେ ଦାନ ବାକ୍ସଟିକୁ କାଟିବାପାଇଁ ସ୍ଥାନୀୟ ଲୋକେ ଚେଷ୍ଟାକରୁଥିବାବେଳେ ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ।

error: Thank You Keep Visiting