ଧାମରାରେ ୧୦କେଜି ହରିଣ ମାଂସ ଜବତ,ଶିକାରୀ ଗିରଫ

Straight to the Point

ଭଦ୍ରକ: ଏହି ଜିଲାର ଧାମରା ନିକଟସ୍ଥ କାଳିନାଳୀ ଘାଟରୁ ଗତକାଲି ବିଳମ୍ବିତ ରାତିରେ ହରିଣ ମାଂସ ଚୋରା ଚାଲାଣ ହେଉଥିବା ବେଳେ ଶିକାରୀ ସହ ୧୦ କେଜି ହରିଣ ମାଂସ ଜବତ ହୋଇଛି । ଘଟଣାରୁ ପ୍ରକାଶ ଗତକାଲି ରାତ୍ରି ୧୨ଟା ସମୟରେ କେନ୍ଦ୍ରପଡା ଜିଲ୍ଲା ରାଜନଗର ଥାନା ଅର୍ନ୍ତଗତ ଚାଁଆରାକୁଲା ଗ୍ରାମର ହରିଣ ଶିକାରୀ ଶୁରଜିତ ଖଣ୍ଡା (୨୮) ଏବଂ ସୁଦାମ ସାନ୍ତରା ଏକ ୫୦ କେଜି ହରିଣକୁ ଭିତରକନିକା ଅଭୟାରଣ୍ୟରୁ ମାରି ୩୦ କେଜି ମାଂସ ନିଜ ଗ୍ରାମରେ ବିକ୍ରି କରି ଥିଲେ । ଅବଶିଷ୍ଟ ୧୦ କେଜି ବଳକା ମାଂସକୁ ଧରି ତାଳଚୁଆ ଫେରି ଘାଟରୁ ଏକ ଭୁଟୁଭୁଟି ଯୋଗେ ଧାମରା ନିକଟସ୍ଥ କାଳିନାଳୀ ଫେରିଘାଟକୁ ଆସୁଥିଲେ । ପୂର୍ବରୁ ଏହି ଖବର ଧାମରା ବନପାଳ ଗଦାଧର ବିଶ୍ୱାଳ ପାଇ ସାରିବା ପରେ ନିଜର ବନରକ୍ଷୀଙ୍କ ସହ କାଳିନାଳୀ ଫେରିଘାଟରେ ଛକି ରହିଥିଲେ । ଏହି ଶିକାରୀ ୨ଜଣ ୧୦କେଜି ମାଂସ ଏକ ଏୟାରବେଗରେ ପୁରାଇ ନିଜ କାନ୍ଧରେ ନେଇ ଆସୁଥିବା ବେଳେ ବନପାଳ ଗଦାଧର ବିଶ୍ୱାଳ ଶିକାରୀ ଶୁରଜିତ ଖଣ୍ଡାକୁ ଗିରଫ କରିବା ସହ ୧୦ କେଜି ହରିଣ ମାଂସ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ସୁଦାମ ସାନ୍ତରା ଖସି ପଳାଇ ଯାଇଥିଲା ।

ଆଜି ସକାଳ ୧୦ଟା ସମୟରେ ଏହି ମାଂସ ଏବଂ ଶିକାରୀ ଶୁରଜିତକୁ ବନପାଳ ଧରି ଚାନ୍ଦବାଲିରେ ଥିବା ଡିଏଫଓଙ୍କ ଅଫିସକୁ ଯାଇଥିଲେ । ସେଠାରେ ଡିଏଫଓ ଅମ୍ଳାନ କୁମାର ନାୟକଙ୍କ ତତ୍ୱାବଧାନରେ କିଛି ମାଂସ ପରୀକ୍ଷା କରାଯିବ ବୋଲି ରଖିବା ସହ ଅବଶିଷ୍ଟ ମାଂସକୁ ସେଠାରେ ପୋତା ଯାଇଥିଲା । ଏହି ମାଂସ କୁ ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ଡିଏଫଓ ମତ ରଖିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ତଥା ଭିତରକନିକା ଅଭୟାରଣ୍ୟରୁ ହରିଣ ମରାଯାଇ ନିୟମିତ ଭାବରେ କୋଲକତା ଏବଂ କାନ୍ଥି ଚାଲଣ ହେଉଥିବା କଥା ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ ମାତ୍ର ଏହାକୁ ଧରିବା ପାଇଁ ବନବିଭାଗର ଉଦ୍ୟମ ଜାରୀ ରହିବା ଜରୁରୀ ହୋଇ ପଡିଛି । ଏହି ସମସ୍ତ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଖୁବଶୀଘ୍ର ଧରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିଏଫଓ ମତ ରଖିଛନ୍ତି ।

[amazon_link asins=’B00NXXN10M,B00R3J53MG,B007UPKJAO,B077GZ5D23,B01BGJ07GK,B079H8D8CW,B07CK1D7R6,B007UPKJ5O,B00SUTAE6S’ template=’ProductCarousel’ store=’odishajournal-21′ marketplace=’IN’ link_id=’0d2217fc-973c-11e8-aa95-9dfdbaf11cc3′]

error: Thank You Keep Visiting