ଇଚ୍ଛା ବିରୋଧରେ ବିବାହ କରିଥିବା ଭଉଣୀକୁ ହତ୍ୟା କଲା ଭାଇ

Straight to the Point

ଉତ୍ତରପ୍ରଦେଶ : ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିବା ଭଉଣୀକୁ ହତ୍ୟା କରିଛି ଭାଇ। ପଶ୍ଚିମ ଉତ୍ତରପ୍ରଦେଶରେ ଶୁକ୍ରବାର ଏହି ଅନର କିଲିଂ ହୋଇଛି। ଶନିବାର ପୁଲିସ ହତ୍ୟାକାରୀ ଭାଇକୁ ଗିରଫ କରିଛି। ପୁଲିସର ରିପୋର୍ଟ ଅନୁଯାୟୀ ଜାକିର କଲୋନୀରେ ରହୁଥିବା ଗୁଲଫାସନ ଓରଫ ଗୁଲ୍ଲୁ ଉକ୍ତ କଲୋନୀର ଆବିଦ ନାମକ ଯୁବକ ଭଲ ପାଉଥିଲେ। ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ; ମାତ୍ର ଗୁଲଫାସନଙ୍କ ବାପା ଓ ଭାଇ ଏହାକୁ ବିରୋଧ କରିଥିଲେ। ଗୁଲଫାସନର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ପରିବାର ଲୋକ ତାକୁ ଆବିଦ ସହିତ ମିଶିବାର ସୁଯୋଗ ଦେଇ ନ ଥିଲେ। ତା’ ଉପରେ ସର୍ବଦା ନଜର ରଖିଥିଲେ। ଦୁଇମାସ ତଳେ ସେ ଆବିଦ ସହିତ ଭେଟ ହେବାର ସୁଯୋଗ ପାଇବା ମାତ୍ରେ ତା’ ସହିତ ପଳାଇଯାଇଥିଲା ଓ ପରେ ବିବାହ କରିଥିଲା।

ବିବାହ ପରେ ସେମାନେ ନିକଟସ୍ଥ ଲାଖିପୁରାରେ ରହୁଥିଲେ। ଶୁକ୍ରବାର ରାତିରେ ଗୁଲଫାସନର ଘରକୁ ତାର ଭାଇ ଆସ୍‍ ମହମ୍ମଦ ଯାଇଥିଲା। ବାପାଙ୍କ ଦେହ ଖରାପ ବୋଲି କହି ତା ସହିତ ଘରକୁ ଯିବା ଲାଗି ଗୁଲଫାସନକୁ କହିଥିଲା। ତେବେ ବାଟରେ ଏକ ଖୋଲା ପଡିଆରେ ଗୁଲଫାସନକୁ ଏକ ଧାରୁଆ ଛୁରିରେ ମହମ୍ମଦ ହତ୍ୟା କରିଥିଲା। ଭଉଣୀକୁ ହତ୍ୟା କରି ସେ କିଛି ଭୁଲ୍‍ କରି ନାହିଁ ବୋଲି ମହମ୍ମଦ ପୁଲିସକୁ କହିଛି। ଜଣଙ୍କ ଜୀବନ ଅପେକ୍ଷା ପରିବାରର ସମ୍ମାନ ଅଧିକ ମୂଲ୍ୟବାନ ବୋଲି ସେ କହିଛି। ପୁଲିସ ଏହାକୁ ଏକ ଅନର କିଲିଂ ବୋଲି ବିବେଚନା କରିବା ପୂର୍ବକ ତଦନ୍ତ ଚଳାଇଛି।

error: Thank You Keep Visiting