ବାଇକ୍ ସହ ଚୋରା ମଦ ଜବତ ଜଣେ ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ସବଇନ୍ସପେକ୍ଟର ରଂଜିତ୍ କୁମାର ମହାନ୍ତିଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ବିରିଡି ଥାନା ଅନ୍ତର୍ଗତ ବୁଢାପଡା ଗ୍ରାମର ଶରତ କୁମାର ଦାସ(ବାବୁନି)କଟକ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ ଏକ ପ୍ୟାସନ ବାଇକ ଯାହାର ନମ୍ବର ଓଆର୦୫ ଏଏଚ ୪୨୯୧ ଯୋଗେ ୫୦ବୋତଲ ଚୋରା ମଦ ନେଇ ଆସୁଥିବା ସମୟରେ ଅଢଙ୍ଗ ଛକ ଠାରେ ତାକୁ ଗିରଫ କରିବା ସହ ତାର ବାଇକଟିକୁ ଜବତ କରିଥିଲେ ଏବଂ ୫୦ବୋତଲ ଚୋରା ବିଦେଶୀ ମଦ ଜବତ କରିଥିଲେ । ଏହି ଚଢଉରେ କନେଷ୍ଟବଳ ବିଷ୍ଣୁ ନାୟକ,ବିଶ୍ୱନାଥ ମୁଣ୍ଡା,ସବିତା ନାଏକ,ବଳରାମ ଦାଶ,ମହେନ୍ଦ୍ର ରାଉତ ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ । ଉକ୍ତ ଚୋରା ବେପାରି ଶରତ କୁ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ କୋର୍ଟ ·ଲାଣ କରାଯାଇଥିବା ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting