ପ୍ରତାରିତ ପ୍ରେମିକା ଥାନାର ଦ୍ୱାରସ୍ଥ

Straight to the Point

କୋରେଇ: ପ୍ରଥମେ ପ୍ରେମ ପୁଣି ଶେଷରେ ପ୍ରତାରଣା । ପ୍ରତାରିତା ପ୍ରେମିକା ଏବେ ନ୍ୟାୟ ପାଇଁ ହୋଇଛି ଥାନାର ଦ୍ୱାରସ୍ଥ । ଏନେଇ କୋରାଇ ପୁଲିସ ଏକ ମାମଲା ୧୫୦/୧୮ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । କୋରାଇ ଥାନା ଅନ୍ତର୍ଗତ ବ୍ୟାସନଗର ମୁନିସପାଲଟିର ଚାନ୍ଦମା ଗ୍ରାମର ଜୈନିକ ଯୁବତୀଙ୍କ ସହ ନହକା ଗ୍ରାମର ନୀଳମାଧବ ମହାନ୍ତିଙ୍କ ପ୍ରେମ ସର୍ମ୍ପକ ହେବା ପରେ ଉଭୟେ କେଉଁଝରରେ ଯାଇ ରହୁଥିଲେ । ସେଠାରେ ଯୁବତୀ ଜଣଙ୍କ ନୀଳମାଧବଙ୍କ ଧମକରେ ଗର୍ଭପାତ ମାଧ୍ୟ କରାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ପରେ ଉଭୟେ ଭୁବନେଶ୍ୱରରେ ରହିବାକୁ ସ୍ଥିର କରି ବସରେ ଭୁବନେଶ୍ୱର ଯାଉଥିବାବେଳେ ନୀଳମାଧବ ପାଣିକୋଇଲିରେ ଓହ୍ଲାଇ ଯାଇଥିଲେ । ଭୁବନେଶ୍ୱରେ ପହଂଚି ନୀଳମାଧବ ନପହଂଚିବାରୁ ପ୍ରେମିକା ଶେଷରେ ନହକାସ୍ଥିତ ନୀଳମାଧବ ଘରେ ପହଂଚିଥିଲେ । ହେଲେ ସେଠାରେ ପରିବାର ପକ୍ଷରୁ ତାକୁ ଗ୍ରହଣ କରିବା ତ ଦୂରର କଥା ଓଲଟି ଗାଳିଗୁଲଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।

error: Thank You Keep Visiting