ଅପ୍ରାକୃତିକ ଯୌନକ୍ରିୟା:ବୃଦ୍ଧ ଗିରଫ

Straight to the Point

ଗଞ୍ଜାମ: ନାବାଳିକାଙ୍କ ସହିତ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ପାଟରା ସାହିର କେ. ସୁରେଶ(୬୫)ଙ୍କୁ ଆଜି ପୋଲିସ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଛି । ଡାକ୍ତରଖାନାରୁ ଡିସଚାର୍ଜ ହେବା କ୍ଷଣି ବୃଦ୍ଧଙ୍କୁ ଗିରଫ କରାଯାଇଛି । ଗତ ୨୬ ତାରିଖରେ ସୁରେଶ ସମ୍ପୃକ୍ତ ନାବାଳିକାଙ୍କ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଘଟଣା ପ୍ରଚାରିତ ହେବା ପରେ ଲୋକ ଲଜ୍ଜାରେ ସୁରେଶ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା । ବଡ ବଜାର ଥାନା ପୋଲିସ ଏ ସଂକ୍ରାନ୍ତରେ ୧୧୮/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

error: Thank You Keep Visiting