ମହିଳାଙ୍କୁ ଗଣଦୁଷ୍କର୍ମ କରି ରାସ୍ତାରେ ଛାଡ଼ି ଫେରାର

Straight to the Point

କୋରାଇ: କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତର ଚିଲିପଦା ଠାରେ ଜୈିନିକ ବିବାହିତ ମହିଳାଙ୍କୁ କେତେକ ଦୁର୍ବୃତ କାମ ଯୋଗାଇ ଦେବା ବାହାନାରେ ଡାକି ଆଣି ଗଣ ଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକ ପହଁଚିବା ପରେ ଦୁର୍ବୃତ ମାନେ ଘଟଣା ସ୍ଥଳୁ ପଳାଇଥିବାର ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଚଳରେ ଏହା ବିଡମ୍ବନାର ବିଷୟ ପାଟଇଥିବା ବେଳେ କୋରାଇ ପୁଲିସ୍ ଘଟରାର ତଦନ୍ତ କରିବା ସହ ପିଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିଛିି । ପ୍ରକାଶଯେ ବ୍ରହ୍ମବରଦା ତ୍ରିପାଳପୁର ଗ୍ରାମର ଜୈନିକ ମହିଳା କୁଆଖିଆ ଥାନା ଅନ୍ତର୍ଗତ ନିଶ୍ଚନ୍ତା ଗ୍ରାମର ଅନାମ ଦଳେଇଙ୍କୁ ବିବାହ କରିଥିଲେ । ପରେ ଅନାମ ତାଙ୍କୁ ଛାଡି ଦେବାରୁ ସେ ସ୍ୱାମୀ ପରିତ୍ୟକ୍ତା ହୋଇ ଶଶୂଘର ଛାଡି ବାପଘରେ ରହୁଥିଲେ । ମହିଳା ଜଣକ ଏକମାତ୍ର ପୁଅକୁ ନେଇ ବାପଘରେ ରହୁଥିଲେ । ନିଜେ ରୋଜଗାର କରିବା ଆଶାରେ ପୁଅକୁ ଛାଡି ଭୁବନେଶ୍ୱରରେ ଥିବା ଏକ ଘରୋଇ କଲେଜରେ କାମ କରୁଥିଲେ ।

ଗତକାଲି ଚିଲିପଦା ଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବସରେ ଆସି ପାଣିକୋଇଲି ଠାରେ ଓହ୍ଲାଇ ଗାଡିକୁ ଅପେକ୍ଷା କରି ବସିଥିବା ବେଳେ ବୋଧିଆ ମଳିକ, ଲାଲା ମଳିକ ଓ ହନୀ ରାଉତ ନାମକ ଯୁବକ ସେଠାରେ ପହଁଚି କଥାବାର୍ତା କରିଥିଲେ । ମହିଳାଙ୍କ ଠାରୁ ସବୁ ଶୁଣିବା ପରେ ସେମାନେ ତାକୁ ଏକ ଗାଡି ସୋରୁମ୍ରେ କାମ ଦେବେ ବୋଲି କହି ସାଙ୍ଗରେ ନେଇ ଆସିଥିବା ପିଡିତା ମହିଳାଙ୍କ ଠାରୁ ସୂଚନା ମିଳିଛି । ପରେ ବିଳମ୍ବିତ ରାତିରେ ମହିଳାଙ୍କ ନିକଟରେ ଥିବା ନଗଦ ୮ ହଜାର ଟଙ୍କା ଛଡାଇନେବା ସହିତ ୩ ଜଣ ଦୁର୍ବୃତ ରାତି ସାରା ଗଣ ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡି ଚାଲିଯାଇଥିଲେ । ଆଜି ସକାଳେ କହାକୁ କିଛି ନକହିବା ପାଇଁ ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅପରାହ୍ନରେ ମହିଳା ଜଣକ ରାସ୍ତାରେ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ପାଟୁଳି ଗ୍ରାମର କବିନ୍ଦ୍ର ମାଝୀ ମହିଳାଙ୍କୁ ଉଦ୍ଧାର କରି କୋରାଇ ପୁଲିସ୍କୁ ଖବର ଦେବା ପରେ ପୁଲିସ ଘଟଣାସ୍ତଳେ ପହଂଚି ପିଡ଼ିତା ମହିଳାଙ୍କୁ ଡାକ୍ତରୀ ମଇନା କରିବା ସହ ଫେରାର ଥିବା ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡିଛି ।

error: Thank You Keep Visiting