ନିକିରାଇ ପୋଲିସ ସହାୟତାରେ ଅନରକିଲିଂ ଉଦ୍ୟମ,ଏସପିଙ୍କୁ ଅଭିଯୋଗ

Straight to the Point

କେନ୍ଦ୍ରାପଡା (ଶଶୀ ଭୂଷଣ ତ୍ରିପାଠୀ) ସମାଜର ଦୁର୍ବଳବର୍ଗ ଭିନ୍ନକ୍ଷମ ଦଳିତ ବୃଦ୍ଧବୃଦ୍ଧା ବିଶେଷତଃ ମହିଳା ମାନଙ୍କୁ ସମ୍ମାନ ସୁରକ୍ଷା ଓ ନିରାପତା ଯୋଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଠୋର ଆଇନ୍ ହୋଇଛି । ଏହି ଆଇନକୁ ଗୁରୁତ୍ୱ ଦେଇ ପୀଡିତାଙ୍କୁ ନ୍ୟାୟ ଦେବାକୁ ପ୍ରଶାସନ ତଥା ସରକାରୀ କର୍ମଚରୀ ମେଟା ବେତନ ଓ ଅନ୍ୟାନ୍ୟ ସୁବିଧା ପାଆନ୍ତି । ତେବେ ଆଜିର ସମୟରେ କେନ୍ଦ୍ରାପଡା ପରି ସଚେତନ ଜିଲ୍ଲାରେ ପୋଲିସ ସହାୟତାରେ ନବବିବାହିତାକୁ ଅନରକିଲିଂ ପରି ଅମାନୀୟକାଣ୍ଡ ଘଟାଇବା ବିସ୍ମୟକର ବିଷୟ । ନିକିରାଇ ଥାନା ଅନ୍ତର୍ଗତ ଘିଗିଡିଆ ଗ୍ରାମରେ ମାତ୍ର ୨ମାସ ତଳେ ବିବାହ କରିଥିବା ଲକ୍ଷ୍ମୀପ୍ରିୟା ମହାନ୍ତି (୧୯) ଏଭଳି ଅନରକିଲିଂର ସାମନା କରିଥିବା ଜଣାପଡିଛି । ଉକ୍ତ ଗ୍ରାମରେ ନିଜ ଇଛାରେ ବିବାହ କରିଥିବା ଯୋଗୁ ତାଙ୍କ ବାପଘର ଲୋକେ ନିକିରାଇ ଥାନାରେ ଝିଅ ବିରୁଦ୍ଧରେ ଏତଲା ଦେଇଥିଲେ । ନିକିରାଇ ଥାନା ପୋଲିସ ଲକ୍ଷ୍ମୀପ୍ରିୟାଙ୍କ ଶାଶୁ ଘରେ ପହଂଚି ସେଠାରୁ ୨ଟି ମୋବାଇଲ୍ ଓ ୧ବାଇକ୍ ଜବରଦସ୍ତି ଥାନାକୁ ନେଇ ଯାଇଥିଲେ । ଏହାର ୪ଦିନ ପରେ ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ୱାମୀ ସୋମନାଥକୁ ମାଡମାରି ଝିଅ ଲକ୍ଷ୍ମୀପ୍ରିୟାକୁ ନିକିରାଇ ଥାନାରେ ହାଜର କରାଇଥିଲେ । ନିକିରାଇ ଥାନା ଆଇଆଇସି ଲକ୍ଷ୍ମୀପ୍ରିୟା ଚୁଟିଧରି ନିସ୍ତୁକ ମାଡମାରିବା ସହ ତାଙ୍କ ଦେହରୁ ସବୁ ସୁନା ଅଳଙ୍କାର ଏବଂ ମଂଗଳସୂତ୍ର ଏପରିକି ଶଂଖା ଖୋଲାଇ ନେଇଥିଲେ । ଥାନା ସହାୟତାରେ ବାପଘର ଲୋକେ ଝିଅ ଲକ୍ଷ୍ମୀପ୍ରିୟାକୁ ଅପହରଣ କରିନେଇ ଭୁବନେଶ୍ୱର ରୁଦ୍ରପୁରରେ ୩ଦିନ ଲୁଚଇ ରଖିବା ସହ ଜୀବନରେ ମାରିଦେବାକୁ ମସୁଧା କରୁଥିବା ଜାଣିପାରି ଲକ୍ଷ୍ମୀପ୍ରିୟା ସେଠାରି କୈାଶଳ କ୍ରମେ ଖସିଆସିଥିଲା । ବହୁ କଷ୍ଟରେ ନିଜ ଶାଶୁଘରେ ପହଂଚି ଶାଶୁଙ୍କ ସହ ଆସି କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ.ପି ଓ ଗଣମାଧ୍ୟମ ସମ୍ମୁଖରେ ତାକୁ ଅନରକିଲିଂ ଉଦ୍ୟମ ଏବଂ ଅପହରଣର ଚାଚଂଲ୍ୟକର ଘଟଣା ପ୍ରକାଶ କରି ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ଓ ତାଙ୍କ ପରିବାର ସୁରକ୍ଷା ପାଇଁ ନିବେଦନ କରିଛି ।

error: Thank You Keep Visiting