ନାବାଳିକାକୁ ବଳାତ୍କାର କରି ପ୍ରେମିକ ଗିରଫ

Straight to the Point

ରାୟଗଡ଼ା : ରାୟଗଡ଼ା ସହର ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ ଜଣେ ନାବାଳିକାକୁ ବଳାତ୍କାର କରିବା ମାମଲାରେ ନଦୀକନ୍ଧ ସାହିର ତ୍ରିନାଥ କଣ୍ଡାଗିରି (୨୦) ନାମକ ଜଣେ ଯୁବକକୁ ରାୟଗଡ଼ା ପୁଲିସ୍‍ ସୋମବାର ଗିରଫ କରି କୋର୍ଟ ଚାଲଣ କରିଛି। ନାବାଳିକା ସହ ଗିରଫ ଯୁବକର ପ୍ରେମ ସମ୍ପର୍କ ଥିଲା। କିଛି ଦିନ ତଳେ ନାବାଳିକା ଜଣକ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ହେବା ପାଇଁ ଆସିଥିଲା। ପରୀକ୍ଷା ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣି ଡାକ୍ତର ପୁଲିସ୍‍କୁ ଖବର ଦେଇଥିଲେ। ପୁଲିସ୍‍ ପହଞ୍ଚି ତଦନ୍ତ କରିବା ପରେ ନାବାଳିକା ଜଣକ ଗର୍ଭବତୀ ହେବା ପଛରେ ତାର ପ୍ରେମିକ ତ୍ରିନାଥ କଣ୍ଡାଗିରି ଥିବା ଜାଣିବାକୁ ପାଇଥିଲେ। ପୁଲିସ୍‍ ତନାଘନା କରି ସୋମବାର ତ୍ରିନାଥକୁ ଗିରଫ କରିଛି।

error: Thank You Keep Visiting