ସ୍ୱାମୀ ଓ ଯା’ଙ୍କ ଅତ୍ୟାଚାର ସହି ନପାରି ସ୍ତ୍ରୀର ଆତ୍ମହତ୍ୟା:ସ୍ୱାମୀ ଗିରଫ

An Independent Media

ଜଗତସିଂହପୁର: ରଘୁନାଥପୁର ଥାନା ଅଧିନ କୁର୍ତ୍ତାଙ୍ଗ ଗ୍ରାମର ଜୈନିକା ନବ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଜନିତ ଶବକୁ ପୋଲିସ ଜବତ କରିବା ସହିତ ଏଥିପାଇଁ କିଏ ଦାୟୀ ତାର ଏକ ସୁଇସାଇଡ ନୋଟ୍ କୁ ଜବତ କରିଛି । ଘଟଣାରୁ ପ୍ରକାଶ ରଘୁନାଥପୁର ଥାନା ଅନ୍ତର୍ଗତ କୁର୍ତାଙ୍ଗ ଗ୍ରାମର ଶିବ ପ୍ରସାଦ ମଲ୍ଲିକଙ୍କ ଝିଅ ସୁଶ୍ରୀ ସଙ୍ଗିତା ମଲ୍ଲିକ(୨୨) ଗତ ୨୦୧୮ ମସିହା ଅପ୍ରେଲ ୨୫ ତାରିଖରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋପାଳ ଗ୍ରାମର ସ୍ୱର୍ଗତ କାର୍ତିକ ମଲ୍ଲିକଙ୍କ ପୁଅ ଜଗନ୍ନାଥ ମଲ୍ଲିକ(୩୨)ଙ୍କୁ ବୈଦିକ ଋତିରେ ବିବାହ କରିଥିଲେ । ବିବାହ ସମୟରେ ବର ପକ୍ଷର ଦାବୀ ମୁତାବକ ସମସ୍ତ ଯୋ÷÷ତୁକ ଟଙ୍କା ଓ ଅନ୍ୟ ସାମଗ୍ରୀ କନ୍ୟା ପକ୍ଷ ବରପକ୍ଷଙ୍କୁ ପ୍ରଦାନ କରିଥିଲେ । ବିଭାଘର ପରେ ତାର ସ୍ୱାମୀ ଜଗନ୍ନାଥ ଓ ତାର ଯା’ ମିଶି ସୁଶ୍ରୀ ସଙ୍ଗିତା ଉପରେ ବିଭିନ୍ନ ପ୍ରକାର ଅକଥନୀୟ ଅତ୍ୟାଚାର କରିଥିଲେ । ସ୍ୱାମୀ ଓ ଯା’ ର ଅତ୍ୟାଚାର ସହିନପାରି ସୁଶ୍ରି ସଙ୍ଗୀତା ୧୫ଦିନ ହେବ ବାପ ଘରେ ଆସି ରହିଥିଲେ । ତେବେ ଆଜି ପ୍ରତ୍ୟୁଷରୁ ତାର ସ୍ୱାମୀ ତାଙ୍କୁ ଟେଲିଫୋନ୍ରେ ଗାଳିଗୁଲଜ କରିଥିଲେ । ଗାଳି ଗୁଲଜ ସହିନପାରି ସୁଶ୍ରୀ ସଙ୍ଗିତା ନିଜ ଓଢଣି ଦ୍ୱାରା ଆତ୍ମହତ୍ୟା କରିଥିଲେ । ଖବର ପାଇ ରଘୁନାଥପୁର ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ ଓ ତହସିଲଦାର ମାନସ କୁମାର ତ୍ରିପାଠୀ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଶବଟିକୁ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ପଠାଇଥିଲେ । ରଘୁନାଥପୁର ପୋଲିସ୍ ଏ ସଂପର୍କରେ ଏକ ସୁଇସାଇଟ୍ ନୋଟ ଜବତ କରିଛନ୍ତି । ଯେଉଁଥିରେ କି ଶୁଶ୍ରୀ ସଂଗୀତା ନିଜର ମୃତ୍ୟୁ ପାଇଁ କେଉଁମାନେ ଦାୟୀ ତାହା ନିଜେ ଲେଖିଯାଇଛନ୍ତି । ପୋଲିସ୍ ତାର ସ୍ୱାମୀ ଜଗନ୍ନାଥ ମଲ୍ଲିକଙ୍କୁ ଗିରଫ କରିବା ସହିତ କେସ୍ ନଂ.୬୫/୨୦୧୮ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଥିବା ଜଣାପଡିଛି ।

error: Thank You Keep Visiting