ବେଆଇନ ଚୋରା ଚାଲାଣ ବେଳେ ଟ୍ରକ୍ ସହିତ ୨୩ ମଇଁଶି ଉଦ୍ଧାର, ୪ଜଣ କୋର୍ଟ ·ଲଣ

Straight to the Point

ଜଗତସିଂହପୁର: ବେଆଇନ ଭାବେ ଏକ ଆଇଚର ଟ୍ରକ୍ରେ ଚୋରା ଚାଲାଣ କରାଯାଉଥିବା ୨୩ ମଇଁଶିଙ୍କୁ ଜଗତସିଂହପୁର ସହରର ଦେଉଳିଗ୍ରାମେଶ୍ୱର ସ୍ଥିତ ଶବ ବ୍ୟବଛେଦ ଗୃହ ନିକଟରୁ ପୋଲିସ ଉଦ୍ଧାର କରିବା ସହିତ ଏହି ଘଟଣା ସହିତ ସଂପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ୍ କରି କୋର୍ଟ ·ଲଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୬ ତାରିଖ ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଚାଲିଥିବା ବେଳେ ଏହି ଚୋରା ଚାଲାଣ ସଂପର୍କରେ ଖବର ପାଇ ସଦର ଥାନା ଏସ୍.ଆଇ.ପି.ଏନ୍.ଗୋଛାୟତ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ୪ ଜଣ ବ୍ୟକ୍ତି ହିନ୍ଦି ଭାଷାରେ ପୋଲିକୁ ଗାଳିଗୁଲଜ କରିବା ସହିତ ସ୍ଥାନ ଛାଡି ଚାଲିଯିବାକୁ ଧମକ ଦେଇଥିଲେ । କିନ୍ତୁ ଏସବୁକୁ ଭ୍ରୁକ୍ଷେପ ନକରି ପୋଲିସ ଉକ୍ତ ୪ ଜଣଙ୍କୁ ଗିରଫ୍ କରିବାରେ ସଫଳ ହୋଇଥିଲା । ଗିରଫ୍ ବ୍ୟକ୍ତିମାନେ ହେଲେ ଦେଉଳିଗ୍ରାମେଶ୍ୱର ଗ୍ରାମର ସେଖ୍ ଫରିଦ୍,ସେଖ୍ ବାବୁ,ସେଖ୍ ସୁନୀଲ୍ ଓ ଖୋର୍ଦ୍ଧା ଜିଲ୍ଳା ବାଲିପାଟଣା ଥାନା ଅନ୍ତର୍ଗତ ବେଙ୍ଗଗତିପୁର ଗ୍ରାମର ସୟେଦ ସିରାଜ୍ । ଏହି ମଇଁଶି ଗୁଡିକୁ ଅତି ବିପଦଜନକ ଭାବେ ଉକ୍ତ ଆଇଚରଟ୍ରକ ଯାହାର ନଂ ଓଡି୦୨ଜି-୮୨୮୯ରେ ଲୋଡ୍ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଟିର ମୃତ୍ୟୁ ହୋଇଯାଇଥିଲା । ସେହିପରି ସଂପୃକ୍ତ ବ୍ୟକ୍ତିମାନେ ମଇଁଶି ଚାଲାଣ କରାଯାଉଥିବା ସଂପର୍କରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହିତ ସଠିକ୍ କାଗଜପତ୍ର ଦେଖାଇ ପାରିନଥିଲେ । ତେବେ ଟ୍ରକ୍ ଡ୍ରାଇଭର କୈାଶଳକ୍ରମେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ·ଲଣ କରିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

error: Thank You Keep Visiting