ବ୍ରହ୍ମବରଦାରେ ସେକ୍ସ ର‍୍ୟାକେଟ୍ ଘଟଣା:ରାଣୀ ମହୁମାଛି ସମେତ ୨ ଗ୍ରାହକ କୋର୍ଟଚାଲାଣ

Straight to the Point

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ହାଟସ୍ଥିତ ଏକ ଘରୁ ସେକ୍ସ ର୍ୟାକେଟ ଠାବ ଘଟଣାରେ କିଙ୍ଗପିନ(ରାଣୀ ମହୁମାଛି) ସମେତ ୨ ଗ୍ରାହକଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଦୁଇ ଯୁବତୀଙ୍କୁ ସ୍ୱଧରା ଆଶ୍ରୟସ୍ଥଳକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ କାଲି ବ୍ରହ୍ମବରଦାରେ ସେମାନଙ୍କୁ ଗ୍ରାମବାସୀ ଠାବ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଆଜି ସକାଳେ ପୁଲିସ କିଙ୍ଗପିନ୍ (ରାଣୀ ମହୁମାଛି) ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତସ୍ଥ ଭରତ ଜେନାଙ୍କ ପତ୍ନୀ କଳ୍ପନା(୪୦), ପୁରୀ ଜିଲା ଚନ୍ଦନପୁର କଂଟିଆଶାସନ ଅଂଚଳର ଜଣେ ଯୁବତୀ, ବଡମ୍ବା ଗାନ୍ଧୀଛକ ଅଂଚଳର ଜଣେ ଯୁବତୀ ଏବଂ ୨ ଗ୍ରାହକ ଧର୍ମଶାଳା ଥାନା ଅନ୍ତର୍ଗତ ବେତଣ୍ଡା ଗ୍ରାମର ମାଗୁଣି ନାୟକଙ୍କ ପୁଅ ମହେନ୍ଦ୍ର(୩୦) ଓ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତସ୍ଥ ଜୟସୁଙ୍ଗୁଡା ଗ୍ରାମର ପଂଚାନନ ଜେନାଙ୍କ ପୁଅ ତ୍ରିଲୋଚନ(୪୦)ଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରିବା ସହିତ ୩୨୬ା୧୮ରେ ଏକ ମାମଲା ରୁଜୁ କରିଥିଲା । କଳ୍ପନା ସମେତ ମହେନ୍ଦ୍ର ଓ ତ୍ରିଲୋଚନକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏହି ୨ ଯୁବତୀଙ୍କୁ ସ୍ୱଧରା ଆଶ୍ରୟସ୍ଥଳକୁ ପଠାଇ ଘର ଲୋକଙ୍କୁ ଖବର ଦିଆଯାଇଥିବା ନେଇ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ବ୍ରହ୍ମବରଦା ହାଟସ୍ଥିତ ଏକ ଭଡ଼ାଗୃହରେ ରାଣୀ ମହୁମାଛି କଳ୍ପନା ୨ ଜଣ ଯୁବତୀଙ୍କୁ ଆଣି ଏଠାରେ ଦେହବ୍ୟବସାୟ ଚଳାଇ ଆସୁଥିଲେ । ଫଳରେ ଗ୍ରାମବାସୀ ସନ୍ଦେହ କରି ଏହି ଘରେ ଦେହବ୍ୟବସାୟ ଚାଲୁଥିବା ସନ୍ଦେହ କରି ଗତକାଲି ଧର୍ମଶାଳା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପଂହଚି ଏମାନଙ୍କୁ ଠାବ କରିବା ସହିତ ୨ଟି ବାଇକକୁ ଜବତ କରି ତଦନ୍ତ ଚଲାଇଥିଲା । ସୂଚନା ଥାଉକି ୨ ବର୍ଷ ପୂର୍ବେ କଳ୍ପନା ଜାରକାରେ ଏହି ବ୍ୟବସାୟ ଚଳାଇଥିବା ବେଳେ ପୁଲିସ ହାବୁଡରେ ପଡି ଗିରଫ ହୋଇଥିଲା । ଯାହାକି ପୁଣି ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

error: Thank You Keep Visiting