ଆଳିପିଙ୍ଗଳ ତେଲ ଟାଙ୍କିରେ ଦାଦାବଟିକୁ ନେଇ ଫାଙ୍କା ଗୁଳିମାଡ,ଦୁଇ ଦୁର୍ବୁତ୍ତ ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳଠାରେ ଥିବା ଏକ ତେଲଟାଙ୍କିରେ ଗତ୧୮ତାରିଖ ରାତିରେ ଦୁଇଜଣ ଦୁର୍ବୁତ୍ତ ତେଲ ଟାଙ୍କି କମ·ରୀଙ୍କୁ ଦାଦାବଟି ମାଗିବା ସହିତ ନିସ୍ତୁକ ପିଟିଥିଲେ । କହିଥିଲେ ତୁମ ମାଲିକକୁ ଡାକ । କର୍ମ·ରୀ ଜଣକ ମାଲିକ ସୁଧାଂଶୁ ଦାସ ଆସି ପହଞ୍ôଚବା ପରେ ତାଙ୍କ ସମ୍ମୁଖରେ ମଧ୍ୟ କର୍ମ·ରୀଙ୍କୁ ପ୍ରବଳ ମାଡମାରିବା ସହ ଫାଙ୍କା ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ । ତେଲଟାଙ୍କି ମାଲିକ ଶ୍ରୀଦାସ ଜଗତସିଂହପୁର ଥାନାରେ ଅଭିଯୋଗ କଲାପରେ ଅଭିଯୋଗ କୁ ଭିତ୍ତିକରି ପୋଲିସପକ୍ଷରୁ ଏହିଥାନା ଅଧିନ ଶାଳଗାଁର ରଞ୍ଜିତ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ଫୁଲହାର ଗ୍ରାମର ମାଧବନନ୍ଦ ସାହୁଙ୍କ ପୁଅ ଶିଶିର ପ୍ରସାଦ ସାହୁଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୪ଟିଗୁଳି ଏବଂ ଏକ ପଲସର ବାଇକ୍ ଜବତ କରିଥିବା ଆଜି ସାମ୍ବାଦିକ ସମ୍ବିଳନୀରେ ଏସଡିପିଓ ସୁଯୋଗ୍ୟ ମିଶ୍ର ଓ ଥାନାଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନାଦେଇଛନ୍ତି । ଥାନା ଅଧିକାରୀ କହିଛନ୍ତି ଯେ ସୂର୍ଯ୍ୟ ଓ ଶିଶିର ଜଣେ ଜଣେ ପେଶାଦାର ଅପରାଧୀ ।ସୂର୍ଯ୍ୟ ନାମରେ କଟକଜିଲ୍ଲା ଥାନା,ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଉଦ୍ଧ୍ୱର୍ ଅପରାଧିକ ମାମଲା ରହିଛି । ସେହିଭଳି ଶିଶିର ନାମରେ ଭୁବନେଶ୍ୱର ନୟାପଲ୍ଲୀ ଥାନା,ପାରାଦୀପ ଏବଂ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଥିବା ସୂଚନା ଦେଇଛନ୍ତି । ଉକ୍ତ ଦଇ ଅପରାଧି ଜଗତସିଂହପୁର ପିଏସ କେଶ ନଂ୧୮୮/୧୮ୟୁଏସ୨୯୪/୩୦୭/୩୪ଆଇପିସି/୨୫/୨୭ଆର୍ମ ଆକ୍ଟରେ କୋର୍ଟ·ଲଣ କରାଯାଇଥିବା ଥାନାଅଧିକାରୀ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting