୬ ବର୍ଷର ଶିଶୁକୁ ଦୁଷ୍କର୍ମ,ଯୁବକ ଗିରଫ

Straight to the Point

ନାଲକୋନଗର: ଜଣେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି । କାମାନ୍ଧ ଯୁବକ ଘରେ କେହି ନ ଥିବାର ସୁଯୋଗ ନେଇ ଶିଶୁକୁ ଦୁଷ୍କର୍ମ କରିଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା କରାଯାଇଛି । ଖବର ପାଇ ନାଲକୋ ଥାନା ପୁଲିସ୍ ସଦଳବଳ ଚଢଉ କରି କାମାନ୍ଧ ଯୁବକକୁ ଗିରଫ କରିଛି । ଶିଶୁ ସମେତ ପରିବାର ବର୍ଗ ମାନସିକସ୍ତରରେ ଗଭୀର ଆଘାତ ପାଇଥିବା ବେଳେ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କାମାନ୍ଧ ଯୁବକ ଜଣକ ନାଲକୋ ଠାରୁ ୨ କିମି ଦୂର ଶିଶୁ ହଟିଙ୍ଗର ପୋଡସି ଜଗଦୀଶ ପିଙ୍ଗୁଆ (୨୫) ବୋଲି ଜଣା ପଡିଛି । ଶିଶୁର ବାପା ଠିକା ଶ୍ରମିକ ଭାବରେ କାମ କରନ୍ତି । ସେ ଆଜି ସକାଳେ କାମ କରିବାକୁ ଯାଇଥିବା ବେଳେ ମା’ ମଧ୍ୟ ମଜୁରି ଲାଗିବା ପାଇଁ ଯାଇଥିଲେ । ଶିଶୁର ସାନ ଭଉଣୀ ଗାଁରେ ଖେଳୁଥିବା ବେଳେ ଅଭିଯୁକ୍ତ ଏହାର ସୁଯୋଗ ନେଇ ପୀଡିତା ଶିଶୁକୁ ଡାକି ଦୁଷ୍କର୍ମ କରିଥିଲା । ଯନ୍ତ୍ରଣା ହେବା ପରେ ଶିଶୁଟି ଘରେ କହିଥିଲା । ପରେ ତାକୁ ଚିକିତ୍ସାଳୟ ନିଆ ଯାଇଥିଲା । ପରିବାର ଲୋକ କାମରୁ ଫେରି ନାଲକୋ ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି ଜଗଦୀଶ ନିଜ ଘରେ ଥିବା ବେଳେ ତାକୁ ପୋଲିସ୍ ଗିରଫ କରିଥିଲା । ଉଭୟଙ୍କର ଡାକ୍ତରୀ ମାଇନା କରାଯିବା ପରେ ଜଗଦୀଶଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏ ନେଇ ନାଲକୋ ଥାନାରେ ଏକ ମାମଲା (୮୮/୧୮) ରୁଜୁ ହେବା ସହ ତଦନ୍ତ ଚାଲିଥିବା ଥାନା ଇନସ୍ପେକ୍ଟର ଗୀତାଞ୍ଜଳି ସାହୁ କହିଛନ୍ତି ।

error: Thank You Keep Visiting