ଟଙ୍କା ନ ଦେବାରୁ ନିଶାଶକ୍ତ ଅବସ୍ଥାରେ ମା’କୁ ଆକ୍ରମଣକଲା ପୁଅ

An Independent Media

ପାଟନା: ବିହାରରେ ମଦ ନିଷେଧ ହୋଇଥିଲେ ମଧ୍ୟ ମଦୁଆମାନଙ୍କ ଅଭ୍ୟାସ ଏବେ ବି ଛାଡିନି । ଏବେ ବି କିଛି ଲୋକ କୌଣସି ନା କୌଣସି ଉପାୟରେ ଟଙ୍କା ଯୋଗାଡ କରି ମଦ ପିଉଛନ୍ତି ଏବଂ ନିଶାଶକ୍ତ ଅବସ୍ଥାରେ ପ୍ରତିଦିନ ନୂଆନୂଆ ଅପରାଧ ଘଟାଉ ଥିବା ଦେଖାଯାଉଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ନିଶାଶକ୍ତ ଅବସ୍ଥାରେ ମା’କୁ ଆକ୍ରମଣ କରିଛି ଜଣେ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ପାଟନାରୁ ମାତ୍ର ୩୦ କିମି ଦୂର ସସୌଢୀ ଥାନା ଅନ୍ତର୍ଗତ କେଲୁଚକ ଅଞ୍ଚଳରେ ଘଟିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ରାଜକୁମାରଙ୍କୁ ଗିରଫ କରିଛି। ପୁରା ଘଟଣା ଏହିପରି, ଗତ ରବିବାର ସନ୍ଧ୍ୟାରେ ରାଜକୁମାର ମଦ ନିଶାରେ ମାତାଲ ହୋଇ ଘରେ ପହଞ୍ଚିଥିଲେ ଏବଂ ଆହୁରି ମଦ ପିଇବାକୁ ମା’ଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ରାଜକୁମାର ଉତକ୍ଷିପ୍ତ ହୋଇ ମା’ଙ୍କୁ  ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ସମୟରେ ଘରେ ଉପସ୍ଥିତ ଥିବା ତାଙ୍କ ବାପା ଆକ୍ରମଣକାରୀ ପୁଅ କବଳରୁ ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ବାପାଙ୍କୁ ମଧ୍ୟ ମାଡ ମାରିବାରୁ ବାଦ୍ ପଡି ନଥିଲା। କୌଣସିମତେ ପୁଅ କବଳରୁ ପତ୍ନୀଙ୍କୁ ବଞ୍ଚାଇ ସ୍ଥାନୀୟ ଥାନାରେ ରାଜ କୁମାରଙ୍କ ବାପା ଏତଲା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ରାଜକୁମାରଙ୍କୁ ଗିରଫ କରିଥିଲା । ପୂର୍ବରୁ ମଧ୍ୟ ମଦ ପାଇଁ ଟଙ୍କା ନ ଦେଲେ ରାଜକୁମାର ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଉଥିଲା ବୋଲି ଉଭୟ ବାପା ମା’ ଅଭିଯୋଗ କରିଛନ୍ତି।

error: Thank You Keep Visiting