ଶହେ ଲିଟର ଦେଶି ମଦ ଜବତ;୧ ଗିରଫ

An Independent Media

ଡେଲାଙ୍ଗ: ଡେଲାଙ୍ଗ ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ଓ ବିଦେଶୀ ଚୋରା ମଦ ବେପାରୀ ମାନେ ସକିୟ ହୋଇପଡିଛନ୍ତି । ଆଗରୁ ବଜାର ଛକ ମାନଙ୍କରେ ମଦ ବିକ୍ରୟ କରାଯାଉଥିବା ବେଳେ ଏବେ ପ୍ରତି ଗାଁ ଛକ ମାନଙ୍କରେ ଦେଶୀ ଓ ବିଦେଶୀ ମଦ ବିକ୍ରୟ କରାଯାଇଥିବା ପୋଲିସ ରେକର୍ଡରୁ ଜଣାପଡିଛି । ଅବକାରୀ ବିଭାଗର ଦାୟତ୍ୱ ହୀନତା ଯୋଗୁ ଏହି ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇପଡିଥିବା ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜିବୀ ମାନେ କହନ୍ତି । ଡେଲାଙ୍ଗ ପୋଲିସ ଏସପିଙ୍କ ମନ ବୁଝିବା ଭଳି ମାସକୁ ହାତଗଣତି କେସ କରୁଛି । ପକୃତ ପକ୍ଷେ ମଧ୍ୟ ଯଦି ଡେଲାଙ୍ଗ ପୋଲିସ ମଦ ଜବତ କରିବ ତାହେଲେ ପ୍ରତିଦିନ ୧୫ରୁ ୨୫ ଟି କେସ କରିବ । ପୋଲିସ ଅଜଣାତରେ କୌଣସି ଠାରେ ମଦ ବେପାର କରାଯାଉନାହିଁ ।

ଗୋଟିଏ ପଟେ କର୍ମଚାରୀ ଅଭାବ ଅନ୍ୟ ପକ୍ଷେ ଏହି କେସ ବୁଝିବେ ନା ଅନ୍ୟ କେସ ବୁଝିବେ । ଯେତିକି ପାରୁଛନ୍ତି ସେତିକି ଅବକାରୀ କେସ ପୋଲିସ କରୁଛି । ଘଟଣାରୁ ପ୍ରକାଶ ଯେ ରେଙ୍ଗଳ ଗ୍ରାମରେ ଅନେକ ଦିନ ହେବ ଦେଶୀ ଓ ବିଦେଶୀ ମଦ କାରବାର ଚାଲିଥିବା ପୋଲିସ ଫାକରେ ଅଭିଯୋଗ ହୋଇ ଆସୁଥିଲା । ଡେଲାଙ୍ଗ ପୋଲିସ କୌଣସି ସୁତ୍ରରୁ ଖବର ପାଇ ନୂଆସାହି ଗ୍ରାମର ବୈରାଗୀ ବେହେରାଙ୍କ ଘର ଉପରେ ଅଚାନକ ଚଡାଉ କରି ୫୦୦ ବୋତଲ ତଥା ୧୦୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ପୁରୀ ଏସପିଙ୍କ ନିର୍ଦ୍ଧେଶକ୍ରମେ ଥାନା ଆଇଆଇସି ଅସିତ ରଞ୍ଜନ ମହାନ୍ତି, ଏସ.ଆଇ ଉପେନ୍ଦ୍ର ନାଥ ଦାସ, ଏ.ଏସ.ଆଇ, ବି,ବି, ପାଇଟିଆଳ, ସୁଷମା ଦେଇ ସଦଳବଳ ଏହି ଚଡାଉରେ ସାମିଲ ହୋଇଥିଲେ । ବୈରାଗୀ ବେହେରାଙ୍କୁ କୋର୍ଟକୁ ପଠାଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଥିବା ଆଇଆଇସି ଶ୍ରୀ ମହାନ୍ତିଙ୍କ ଠାରୁ ପ୍ରକାଶ ।

error: Thank You Keep Visiting