ଲାଲକିଲ୍ଲା ପାଖରୁ ଦୁଇ ଆଇଏସ୍ଆଇଏସ୍ ଆତଙ୍କବାଦୀକୁ ଗିରଫ କଲା ପୋଲିସ୍

An Independent Media

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ରାତିରେ ପରଭେଜ ଓ ଜାମସେଦ ନାମକ ଦୁଇ ଜଣ ଆତଙ୍କବାଦୀକୁ ଗିରଫ କରିଛି । ପୋଲିସ ଏହି ଆତଙ୍କବାଦୀ ଦ୍ୟକୁ ଲାଲକିଲ୍ଲା ପାଖ ସ୍ଥିତ ଜାମା ମସଜିଦ ବସ ଷ୍ଟପରୁ ଗିରଫ କରିଛି । ଶୁକ୍ରବାର ସ୍ପେଶାଲ ସେଲର ଡିସିପି ଏହି ସୂଚନା ଦେଇଛନ୍ତି । ପୋଲିସ ଅନୁସାରେ ଏହି ଦୁଇ ଆତଙ୍କବାଦୀ ଇସଲାମିକ ଷ୍ଟେଟ୍ ଇନ ଜାମ୍ମୁ-କାଶ୍ମୀର(ଆଇଏସଜେକେ) ସହିତ ଜଡ଼ିତ ଅଛନ୍ତି । ଇସଲାମିକ ଷ୍ଟେଟ୍ ମଧ୍ୟ ଦାବି କରେ ଯେ ଆଇଏସଜେକେ ତାରି ସଂଗଠନର ଏକ ଅଂଶ ।
ପୋଲିସ କହିଛି ଯେ ଏହି ଆତଙ୍କବାଦୀଙ୍କ ପାଖରୁ ୨ ପିସ୍ତଲ, ୧୦ ଗୁଳି ଓ ୪ ମୋବାଇଲ ଫୋନ ଜବତ କରାଯାଇଛି । ପୋଲିସ ଦ୍ାରା ଦିଆଯାଇଥିବା ସୂଚନା ଅନୁଯାୟୀ ଜବତ ଅସ୍ତ୍ର ଶସ୍ତ୍ର ଉତ୍ତର ପ୍ରଦେଶରୁ କିଣା ଯାଇଥିଲା । ଏହି ଆତଙ୍କବାଦୀ ଦିଲ୍ଲୀରୁ କାଶ୍ମୀର ଯାଉଥିଲେ ।

error: Thank You Keep Visiting