ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ଡାକ୍ତର

An Independent Media

ସୁରାଟ: ଡାକ୍ତରୀ ପେସାରେ କଳଙ୍କ ଲାଗିଲା ଭଳି ଏକ ଘଟଣା ଗୁଜୁରାଟର ସୁରାଟ ସହରରେ ଘଟିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ ପରେ ସଂପୃକ୍ତ ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଏହି ନିନ୍ଦନୀୟ ଘଟଣା ସୁରାଟର ଏମ୍ ଆଣ୍ଡ ଏମ୍ ହସ୍ପିଟାଲରେ ଘଟିଛି । ଏହି ହସ୍ପିଟାଲଟି ସନ୍ତାନ ପ୍ରାପ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା । ଏହି ହସ୍ପିଟାଲରେ ଟେଷ୍ଟ ଟ୍ୟୁବ୍ ବେବି ର ବ୍ୟବସ୍ଥା ରହିଛି । ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତିର ଆଶା ରଖି ଏହି ହସ୍ପିଟାଲକୁ ଆସିଥାଆନ୍ତି ।ସୂଚନାଯୋଗ୍ୟ, ସନ୍ତାନ ପ୍ରାପ୍ତି ପାଇଁ ଜଣେ ନିଃସନ୍ତାନ ମହିଳା ଏମ୍ ଆଣ୍ଡ ଏମ୍ ହସ୍ପିଟାଲର ଡାକ୍ତର ପ୍ରଫୁଲ ଯୋଷୀଙ୍କୁ ସମ୍ପର୍କ କରିଥିଲେ ଏବଂ ପରେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ । ପୀଡିତ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ୬ ମାସ ଧରି ସେହି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିଲେ ।

ଏଭଳି ପରିସ୍ଥିତିରେ ଗତ ସପ୍ଟେମ୍ବର ୪ ତାରିଖରେ ଡାକ୍ତର ପ୍ରଫୁଲ ପୀଡିତା ମହିଳାଙ୍କୁ ହସ୍ପିଟାଲକୁ ଡକାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଚେକଅପ୍ ବାହାନାରେ ନର୍ସଙ୍କୁ ବାହାର ପଠାଇ ଡାକ୍ତର ମହିଳାଙ୍କୁ ବଳାତ୍କାର କରିଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ଚେକଅପ ରୁମ୍ ବାହାରେ ବସିଥିଲେ । ଏହି ଘଟଣା ନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଡାକ୍ତର ହସ୍ପିଟାଲରୁ ଫେରାର ହୋଇ ଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିବାର ସଫଳ ହୋଇଛି ।

error: Thank You Keep Visiting