ଅବକାରୀ ଚଢଉ,୫୦ବୋତଲ ଦେଶି ବିଦେଶୀ ଚୋରାମଦ ଜବତ

An Independent Media

ଜଗତସିଂହପୁର: ଜଗତସିଂହପୁର ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସଦର ସବଇନ୍ସପେକ୍ଟର କୂଳମଣୀ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଜଗତସିଂହପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଚୋରା ମଦବେପାରି ଶିବପ୍ରସାଦ ବେହେରା ଓ ନୂଆପୋଲ ଗ୍ରାମର ବିଷ୍ଣୁ ଚରଣ ବେହେରାଙ୍କ ଘରେ ଚଢଉ କରାଯାଇ ମୋଟ ୫୦ବୋତଲ ଚୋରା ଦେଶିବିଦେଶୀ ମଦ ଜବତ କରିବା ସହ ଶିବପ୍ରସାଦକୁ ଗିରଫ କରିଥିଲାବେଳେ ବିଷ୍ଣୁ କୌଶଳକ୍ରମେ ଖସି ପଳେଇଯାଇଥିଲା । ଏହି ଚଢଉରେ ଏ.ଏସ.ଆଇ. ନେତ୍ରାନନ୍ଦ ପୁଷ୍ଟି,କଳ୍ପନା ଜେନା,କନେଷ୍ଟବଳ ଶ୍ରୀଧର ସିଂ,ମହେନ୍ଦ୍ର ରାଉତ ସାମିଲ ଥିଲେ । ଚୋରା ମଦବେପାରୀ ଶିବପ୍ରସାଦକୁ କୋର୍ଟ ·ଲଣ କରାଯାଇଥିବାବେଳେ ବିଷ୍ଣୁଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ସଦର ସବଇନ୍ସପେକ୍ଟର ଶ୍ରୀ ନାୟକ ସୂଚନାପ୍ରଦାନ କରିଛନ୍ତି ।

error: Thank You Keep Visiting