ଅବକାରୀ ସ୍କ୍ୱାର୍ଡର ଚଢଉ,୮୦ବୋତଲ ଚୋରା ମଦଜବତ ଓ ଜଣେ ଗିରଫ

An Independent Media

ଜଗତସିଂହପୁର: ଜଗତସିଂହପୁର ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ମେବାଇଲ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ (ଖରିପଡିଆ) ଗ୍ରାମର ଚୋରା ମଦବେପାରୀ ଅଲେଖ ଭୋଇ ଓ ରମ୍ବାଦେଇପୁର ଗ୍ରାମର ଗଣେଶ୍ୱର ବେହେରା ଠାରୁ ମିଶି ୮୦ବୋତଲ ଦେଶି ବିଦେଶୀ ଚୋରାମଦ ଜବତ କରିବା ସହ ଅଲେଖକୁ ଗିରଫ କରିବାବେଳେ ଗଣେଶ୍ୱରେ ଫେରାର ହୋଇଯାଇଥିଲା । ତେଣୁ ତାକୁ ଖୁବ୍ଶିଘ୍ର ଗିରଫ କରାଯିବା ପାଇଁ ମୋବାଇଲସ୍କ୍ୱାର୍ଡ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ତେବେ ଅଲେଖ ଭୋଇକୁ କୋର୍ଟ ·ଲଣ କରାଯାଇଥିବା ସୂଚନା ମିଳିଛି । ଏହି ଚଢଉରେ କନେଷ୍ଟବଳ ବିଷ୍ଣୁ ନାୟକ,ସବିତା ନାୟକ,ବିଶ୍ୱନାଥ ମୁଣ୍ଡା,ବଳରାମ ଦାଶ ପ୍ରମୁଖ ସାମିଲ ଥିଲେ ।

error: Thank You Keep Visiting