ଆକ୍ରମଣ କରି ୧୦ରୁ ଉଦ୍ଧ୍ୱର୍ ଟ୍ରକ ଚାଳକଙ୍କଠାରୁ ଲୁଟ୍

An Independent Media

ଅନୁଗୋଳ : ନିଶା ଶିଳ୍ପାଞ୍ଚଳ ଅନ୍ତର୍ଗତ ଜିନ୍ଦଲ ରେଳ ଧାରଣା ଫାଟକକୁ ଲାଗି ରହିଥିବା କମ୍ପାନୀର ରାସ୍ତାରେ ଦୁଇଜଣ ଦୁର୍ବୁତ୍ତ ଶୁକ୍ରବାର ଅପରାହ୍ନରେ ୧୦ରୁ ଉଦ୍ଧ୍ୱର୍ ଟ୍ରକ ଚାଳକଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ନେଇଥିବା ଜଣା ପଡିଛି । ଲୁଟର ଶିକାର ହୋଇଥିବା ଟ୍ରକ ଚାଳକମାନେ ପ୍ରଥମେ ଜିନ୍ଦଲ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶୁ ଚିକିତ୍ସା ପରେ ଫେରି ଯାଇଥିବା ଜଣା ପଡିଛି । ଚାଳକଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ସେମାନଙ୍କ ମଧ୍ୟରୁ କିଏ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆଇରନ୍ ଫାଇନ୍, ତରଳ ପଦାର୍ଥ ଓ କମ୍ପାନୀର ବିଭିନ୍ନ ସାମଗ୍ରୀ ନେଇ ଅନୁଗୋଳ ଛାଡିବା ଓ ନେବା ନିମନ୍ତେ ଆସି ଉକ୍ତ ରାସ୍ତାରେ ଧାଡି ହୋଇ ଛିଡା ହୋଇ ରହିଥିଲେ ।

ଅପରାହ୍ନ ପ୍ରାୟ ୩ଟା ବେଳେ ଦୁଇଜଣ ଦୁର୍ବୁତ୍ତ ମାରଣାସ୍ତ୍ର ସହାୟତାରେ ଜଣଙ୍କ ପରେ ଜଣଙ୍କ ଏହିଭଳି ୧୦ ରୁ ଉଦ୍ଧ୍ୱର୍ ଟ୍ରକ ଚାଳକଙ୍କ ମୁଣ୍ଡ ଓ ହାତକୁ ହାଣି ପାଖରେ ଥିବା ଟଙ୍କା ଲୁଟ୍ କରିନେଇ ଫେରାର ହୋଇ ଯାଇଥିଲେ । ଜିନ୍ଦଲ କମ୍ପାନୀର ଆମ୍ପୁଲାନ୍ସ ଆହାତଙ୍କୁ ଘଟଣାସ୍ଥଳରୁ ନେଇ କମ୍ପାନୀର ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ସେମାନଙ୍କ ଅବସ୍ଥା ଭଲ ନଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦେଇଥିଲେ ।

ଆହାତଙ୍କ ମଧ୍ୟରୁ ଚାଳକ ରାଜେନ୍ଦ୍ର ଯାଧବଙ୍କୁ ଚିକିତ୍ସା ନିମନ୍ତେ ଅନ୍ତବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ଚାଳକ ଧୁବଚରଣ ମହନ୍ତ, ଏମ୍ଡି ମୋନି ଏମଡି ସୋମେନ, ଭି ତ୍ରିନାଥ ରାଓ, ହେମନ୍ତ କୁମାର ମହନ୍ତ, କେ, ଗିରି ଓ ଗଣେଶ ପ୍ରଧାନଙ୍କୁ ଆଶୁ ଚିକିତ୍ସା ପରେ ଡାକ୍ତର ଘରକୁ ଛାଡି ଦେଇଥିବା ଜଣା ପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ନିଶା ଶିଳ୍ପାଞ୍ଚଳ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଦୁର୍ବୁତ୍ତଙ୍କ ପରିଚୟ ମିଳିପାରି ନାହିଁ ।

error: Thank You Keep Visiting