ସ୍କୁଲ ଛାତ୍ରୀକୁ ଅଶ୍ଳୀଳ ଇଙ୍ଗିତକୁ କେନ୍ଦ୍ର କରି ଜଳେଶ୍ୱର ଥାନାରେ ଏତେଲା
ଜଳେଶ୍ୱର: ସ୍କୁଲ ଛାତ୍ରୀକୁ ଅଶ୍ଳୀଳ ଇଙ୍ଗିତକୁ କେନ୍ଦ୍ର କରି ଜଳେଶ୍ୱର ଥାନାରେ ଏତେଲା । ଯୁବକକୁ ପଚରାଉଚୁରା କରିବା ସହ ପୋଲିସ ଅଧିକ ତଦନ୍ତ କରୁଛି ବୋଲି ଜଣାଯାଇଛି । ଘଟଣାରୁ ଜଣାଯାଇଛି ଯେ ଜଳେଶ୍ୱର ଥାନା ଶିଖରପୁର ଗ୍ରାମ ପଂଚାୟତର ବଜାରଶୋଳ ଗ୍ରାମର ଜନୈକ ୧୦ମ ଶ୍ରେଣୀର ଛାତ୍ରୀ ପ୍ରତିଦିନ ବିଦ୍ୟାଳୟକୁ ଗଲା ବେଳେ ସେହି ଗ୍ରାମପଂଚାୟତର ଭାନୁପୁର ଗ୍ରାମର ଗୈାତମ ସାହୁଙ୍କ ପୁତ୍ର ସରୋଜ ସାହୁ (୨୦) ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରିବା ତଥା କମେଣ୍ଟ ମାରିବା ଫଳରେ ଛାତ୍ରୀ ଜଣକ ତାର ପରିବାର ବର୍ଗକୁ ଜଣାଇଥିଲା । ଏଥିନେଇ ଛାତ୍ରୀର ପରିବାର ଯୁବକର ପରିବାରକୁ ଜଣାଇଥିଲେ ମଧ୍ୟ କୈାଣସୀ ସମାଧାନ ନ ହେବାରୁ ଛାତ୍ରୀର ପିତା ଜଳେଶ୍ୱର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଜଳେଶ୍ୱର ଥାନା କେଶ ନଂ ୨୮୬/୧୮ ଅନୁଯାୟୀ ମାମଲା ରୁଜୁ କରି ଯୁବକକୁ ପଚରାଉଚୁରା କରୁଥିବା ବେଳେ ଅଧିକ ତଦନ୍ତ କରୁଥିବାର ଜଣାଯାଇଛି ।