ମହିଳାଙ୍କ ସାମ୍ନାରେ କାହାକୁ ଗାଳି ଦେବା ବି ଯୌନ ଶୋଷଣ!

An Independent Media

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ମହିଳାଙ୍କ ପ୍ରତି ବଢି ଚାଲିଛି ଅନ୍ୟାୟ ଓ ଅତ୍ୟାଚାର । ଏଭଳି ଗୋଟିଏ ଦିନ ନାହିଁ ଯେଉଁଦିନ ମହିଳାଙ୍କୁ ନେଇ ଯୌନ ନିର୍ଯାତନା ଭଳି ଖବର ଆସିନଥିବ । ତେବେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ତଥା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ କଠୋର ନିୟମ ପ୍ରଣୟନ କରାଯାଇଛି । ଯେଉଁଥିରେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡବିଧାନ ସହ ମହିଳାଙ୍କ ସୁରକ୍ଷା ନେଇ ଅନେକ ନୀତିନିୟମ ରହିଛି । ଆଉ ଏହିସବୁ ନିୟମକାନୁନ ଭିତରେ ଯୌନ ନିର୍ଯାତନାର ବାସ୍ତବ ଅର୍ଥ କଣ ସେସଂପର୍କରେ ବି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।
ତେବେ ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ମଜାକମସ୍ତିରେ କୁହାଯାଉଥିବା କଥା ବି ଯୌନ ଶୋଷଣ ପରିସରରେ ଆସିଥାଏ । ତେଣୁ ଆପଣଙ୍କୁ ଆମେ ଜଣାଇବାକୁ ଚାହିଁବୁ କି, ଯୌନ ଶୋଷଣ ପ୍ରକୃତରେ କଣ ଏବଂ ଏଥିରେ କେବେ ଆଉ କେଉଁଠି ଓ କିଭଳି ଅଭିଯୋଗ କରିବା ଦରକାର ।

ଆପଣଙ୍କ ପରିଚୟକୁ ଗୋପନ ରଖିବା ସମିତିର ଦାୟିତ୍ୱ:
ଆପଣଙ୍କର ବାକି ସହକର୍ମୀଙ୍କୁ ମଧ୍ୟ ସାକ୍ଷ୍ୟ ଆଧାରରେ ପ୍ରଶ୍ନ କରାଯାଇପାରେ । ଆପଣଙ୍କ ପରିଚୟ ଗୋପନୀୟ ରଖିବା ସମିତିର ଦାୟିତ୍ୱ । ଜରୁରୀ ନୁହେଁ କି ଆପଣ ସେହି ସଂସ୍ଥାର ସ୍ଥାୟୀ କର୍ମଚାରୀ ହୋଇଥିବା ଦରକାର ।

କିଭଳି କରିବେ ଥାନାରେ ଅଭିଯୋଗ:

ଯଦି ଆପଣ କୌଣସି ବି ସଂସ୍ଥାରେ ଯୌନ ଉତ୍ପିଡନର ଶିକାର ହୋଇଛନ୍ତି ତେବେ ଏନେଇ ସିଧା ସଳଖ ୧୦୯୦ରେ କଲ କରି ଜଣାଇପାରିବେ । ଏଠାରେ ପୁଲିସ ଆପଣଙ୍କ ସହାୟତା କରିବେ । ଏହାଛଡା ଆପଣ ୱେବସାଇଟରେ ଅନଲାଇନ ଅଭିଯୋଗ ମଧ୍ୟ କରିପାରିବେ ।

error: Thank You Keep Visiting