ଛୁରୀ ଭୁସି ଯୁବ ବ୍ୟବସାୟୀଙ୍କୁ ହତ୍ୟା

An Independent Media

ତାଳଚେର: ତାଳଚେର ଥାନା ଅନ୍ତର୍ଗତ ବନ୍ତୋଲ ଗ୍ରାମର କୁକୁଡୁଲା ବସ୍ତିର ଜଣେ ଯୁବକଙ୍କୁ କେହି ଛୁରୀ ଭୁସି ହତ୍ୟା କରି କେନାଲରେ ପକାଇ ଦେଇଥିବା ଜଣାପଡିଛି । ତାଳଚେର ଟାଉନ୍ ଭୌରବୀ ସାହିରେ ରହୁଥିବା ଭିକାରୀ ଭୂତିଆ (୫୩) ଗତ କିଛି ବର୍ଷ ହେଲା କୁକୁଡୁଲା ଗ୍ରାମରେ ରହୁଥିଲା । ସେ ବିଭିନ୍ନ ଲୋକଙ୍କର ଘର ତିଆରି ନିମନ୍ତେ ଚିପ୍ସ ଓ ମେଟାଲ ସପ୍ଲାୟର ଭାବେ ବ୍ୟବସାୟ କରୁଥିଲା ।

ତେବେ ଦିନ ଗୋଟାଏ ବେଳେ ଭିକାରୀ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ କେହି ଦୁର୍ବୁତ୍ତ ତାର ପେଟରେ ଛୁରୀ ଭୁସିଦେଇ ଫେରାର ହୋଇ ଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭିକାରୀର ମୃତ ଦେହ କେନାଲରେ ପଡିଥିବା ଦେଖି କେତେକ ପୁଲିସ୍କୁ ଖବର ଦେବାରୁ ଘଟଣା ସ୍ଥଳରୁ ତାର ମୃତଦେହକୁ ପୁଲିସ୍ ଉଦ୍ଧାର କରିବା ସହ ତାଳଚେର ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଚିପ୍ସ ଓ ମେଟାଲ୍ ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

error: Thank You Keep Visiting