ବିବାହ ପରେ ମଧ୍ୟ ଝିଆରି ସହ ଦୁଃଷ୍କର୍ମ କରୁଥିଲା ଦାଦା

Straight to the Point

ନୂଆଦିଲ୍ଲୀ: ରୋହିଣୀ ଜିଲ୍ଲାର ନରେଲା ଅଞ୍ଚଳରେ ସମ୍ପର୍କକୁ କଳୁଷିତ କରିବା ଭଳି ଏକ ଲଜ୍ଜା ଜନକ ଘଟଣା ସାମନାକୁ ଆସିଛି । ଦିଲ୍ଲୀରେ ଜଣେ ବ୍ୟକ୍ତି ନିଜ ଝିଆରୀର ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ୪ବର୍ଷ ଧରି ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି । ପୀଡିତାର ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି । ପୀଡିତା ବର୍ତ୍ତମାନ ୫ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ପୀଡିତାଙ୍କ ବିବାହ ପରେ ମଧ୍ୟ ଦାଦା ତାଙ୍କ ସହ ଏଭଳି ଦୁଷ୍କର୍ମ କରୁଥିଲେ ।

ବିବାହ ପରେ ମଧ୍ୟ ତାଙ୍କୁ ଡକାଇ ତାଙ୍କ ସହ ଦୁଷ୍କର୍ମ କରିବାକୁ ଲାଗିଲେ । ଏଭଳି ସବୁବେଳେ ହେବା ଦ୍ୱାରା ପୀଡିତା ଆଉ ସହ୍ୟ କରିପାରିନଥିଲେ । ସେ ସବୁ ଘଟଣା ତାଙ୍କ ଶ୍ୱଶୁରଙ୍କୁ କହିଥିଲେ । ବୋହୂଠାରୁ ଏଭଳି କଥା ଶୁଣିବା ପରେ ଦିଲ୍ଲୀ ସ୍ଥିତ ନରେଲା ଥାନାକୁ ତାଙ୍କୁ ନେଇଯାଇଥିଲେ । ପୀଡିତା ଥାନାରେ ଦାଦାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଖବରାନୁସାରେ ଯେତେବେଳେ ପୀଡିତାଙ୍କୁ ୧୯ବର୍ଷ ବୟସ ହୋଇଥିଲା ଦାଦା ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ମାଙ୍ଗଳିକ ଦୋଷ ରହିଛି ଏବଂ ତାକୁ ନିବାରଣ କରାନଗଲେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯିବ ବୋଲି ଦାଦା ତାଙ୍କୁ କହିଥିଲେ । ବାପାଙ୍କ ମୃତ୍ୟୁ ହୋଇଯିବା କଥା ଶୁଣି ସେ ଦାଦାଙ୍କ କଥାରେ ରାଜି ହୋଇଯାଇଥିଲେ । ତାଙ୍କୁ ଏଭଳି ଭାବେ ଡରାଇ ଦାଦା ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମଣିଷପଣିଆ ସହ ସଂପର୍କକୁ ଖାତିର ନକରି ତାଙ୍କ ଦାଦା ୪ ବର୍ଷ ଧରି ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଗୋଟିଏ ବର୍ଷ ହେଲା ତାଙ୍କର ବିବାହ ମଧ୍ୟ ହାଇଛି । ତାଙ୍କ ସ୍ୱାମୀ ବାହାରେ କାମ କରନ୍ତି ।

error: Thank You Keep Visiting