୧୦୦ବୋତଲ ଚୋରା ଦେଶୀବିଦେଶୀ ମଦ ଜବତ,୨ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ମୋବାଇଲ ସ୍କ୍ୱାଡ୍ ସବଇନ୍ସପେକ୍ଟର ରଞ୍ଜିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ପାରାଦୀପ ଥାନା ଅନ୍ତର୍ଗତ ପିପିଏଲ ରାଇସମିଲ ଛକରେ ଚୋରା ମଦ ବ୍ୟବସାୟ କରୁଥିବା ଚୋରା ମଦବେପାରୀ ଅପୁନା ପ୍ରଧାନ ଓ ଲକଥାନା ଅଞ୍ଚଳର ନିମିଡିହି ଗ୍ରାମର ଚୋରା ମଦବେପାରୀ ସୁଶାନ୍ତ ରାଉତଠାରୁ ମିଶି ୧୦୦ ବୋତଲ ଦେଶିବିଦେଶୀ ଚୋରା ମଦ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଛି । ଏହି ଚଢଉରେ କନେଷ୍ଟବଳ ବିଷ୍ଣୁ ନାୟକ, ବଳରାମ ଦାଶ, ସବିତା ନାୟକ, ବିଶ୍ୱନାଥ ମୁଣ୍ଡା ଓ ମହେନ୍ଦ୍ର ରାଉତ ସାମିଲ ଥିଲେ । ଉକ୍ତ ଦୁଇ ଚୋରା ମଦବେପାରୀ ଶୁଶାନ୍ତ ଓ ଅପୁନାକୁ କୋର୍ଟ·ଲଣ କରାଯାଇôତବା ମୋବାଇଲ ସ୍କ୍ୱାଡ୍ ସବଇନ୍ସପେକ୍ଟର ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting