ଆଖଣ୍ଡଳମଣି ପୀଠରେ ଏସିଡ ମାଡ, ୮ ଗୁରୁତର

Straight to the Point

ଭଦ୍ରକ: ଆରଡି ଆଖଣ୍ଡଳମଣି ମନ୍ଦିର ପୀଠରେ ଏସିଡ ମାଡ ହୋଇଛି । ଏଥିରେ ୮ ଜଣ ଗୁରୁତର ହୋଇଛନ୍ତି। ଏସିଡ ଆକ୍ରମଣ ଅଭିଯୋଗରେ  ୨ ଜଣ ଥାନାରେ ଅଟକ ଅଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବାବା ଆଖଣ୍ଡଳମଣି ମନ୍ଦିରରେ ଜଣେ ଯଜମାନଙ୍କ ପୂଜାକୁ କେନ୍ଦ୍ର କରି ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆରଡି ଫାଣ୍ଡି ଅଧିକାରୀ ପହଞ୍ଚି ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରାଇଥିଲେ । ପରେ ପ୍ରମାଣ ଦେଖାଇ ଗୋଟିଏ ସେବାୟତ ଗୋଷ୍ଠୀ ଉକ୍ତ ଯଜମାନଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାକୁ ନେଇ ଅନ୍ୟ ସେବାୟତ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ । ବାବା ଆଖଣ୍ଡଳମଣିଙ୍କ ଶେଷ ପୂଜା ସମାପ୍ତ ପରେ ରାତି ପ୍ରାୟ ୧୦ଟାରେ ପୁଣି ଉଭୟ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଗୋଷ୍ଠୀର ସେବାୟତମାନେ ପରସ୍ପର ଉପରକୁ ଢେଲା, ପଥର ଓ କାଚ ମାଡ କରିଥିଲେ।  ଗୋଟିଏ ଗୋଷ୍ଠୀର କିଛି ସେବାୟତ ଏସିଡ ମାଡ କରିଥିବା ଅଭିଯୋଗ ହୋଇଛି । ଏସିଡ ମାଡରେ ୭ ଜଣ ଗୁରୁତର ହୋଇଥିବା ଜଣେ ସାମନ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ଆଜି ଥାନାରେ ଏତଲା ହେବା ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି ।

error: Thank You Keep Visiting