୫ ପୋଲିସ ଅଧିକାରୀଙ୍କ ସମେତ ୧୩ ସହକର୍ମୀଙ୍କ ନାମରେ ଡକାୟତି ମକଦ୍ଦମା

Straight to the Point

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁନ୍ଦେଲ ସହରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ନଗଦ ୮୪ହଜାର ଟଙ୍କା ଲୁଟ ଅଭିଯୋଗରେ ୫ଜଣ ଇନ୍ସପେକ୍ଟର ଓ ୧୩ ପୁଲିସ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି । ୮ସେପ୍ଟେମ୍ବରରେ ଉପରୋକ୍ତ ପୁଲିସ କର୍ମଚାରୀମାନେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ନଗଦ ୮୪ହଜାର ଟଙ୍କା ଲୁଟିନେବା ପରେ ଉକ୍ତ ବ୍ୟକ୍ତି ଓ ତାଙ୍କ ବନ୍ଧୁଙ୍କୁ ମିଥ୍ୟା ଲୁଟ ମାମଲାରେ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ । ତେବେ ଏହି ଘଟଣା ସିସି ଟିଭିରେ ରେକର୍ଡ଼ ହୋଇଥିଲା । ଏହାକୁ ଭିତ୍ତି କରି ଗୃହ ମାଲିକ ୨୦ସେପ୍ଟେମ୍ବରରେ କୋର୍ଟରେ ଗୁହାରି କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ୫ଜଣ ଇନ୍ସପେକ୍ଟର ଓ ୧୩ଜଣ ପୁଲିସ କର୍ମୀଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି ।

error: Thank You Keep Visiting