ଟିଉସନ୍ ଯିବା ସମୟରେ ନାବାଳିକାକୁ ଗଣବଳାତ୍କାର

An Independent Media

ଯାଜପୁର: ବିଂଝାରପୁର ଥାନା ଅନ୍ତର୍ଗତ ରାଉତରା ଅଂଚଳର ଜଣେ ନାବଳିକାକୁ ଗଣବଳତ୍କାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଟି ଟିଉସନ୍ ଯିବା ସମୟରେ ତାକୁ ଅପହରଣ କରି ନେଇ ପରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବିଂଝାରପୁର ଥାନାର ପୋଲିସ୍ ଅଭିଯୁକ୍ତ କୁନିପୁଅ ଯେନାକୁ ଗିରଫ କରାଯାଇଛି ଏବଂ ଅନ୍ୟ ଏକ ଅଭିଯୁକ୍ତ ଆଦୁ ମିଆଁ ଏପର୍ଯ୍ୟନ୍ତ ଫେରାର୍ ଅଛି ଏବଂ ବିଂଝାରପୁର ପୋଲିସ୍ ପୀଡ଼ିତା ନାବାଳିକାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଡ଼ାକ୍ତରୀ ମାଇନା ପାଇଁ ପଠାଇଛନ୍ତି । ସର୍ବସାଧାରଣରେ ଏହାକୁ ନେଇ ବହୁତ ଉତ୍ତେଜନା ଦେଖାଯାଇଛି । ଖୁବ୍ ଶୀଘ୍ର ଫେରାର୍ ଆସାମୀକୁ ଗିରଫ କରିବା ଲାଗି ସାଧାରଣରେ ଦାବି ହୋଇଛି ଏବଂ ପୀଡ଼ିତାକୁ ସୁରକ୍ଷା ଯୋଗାଇ ଦେବାଲାଗି ଥାନା ଅଧିକାରୀଙ୍କ ପାଖରେ ସର୍ବସାଧାରଣରେ ଦାବି ହୋଇଛି । ଏହି ଘଟଣା ବିଷୟରେ ପୀଡ଼ିତାଙ୍କ ମା ବିଂଝାରପୁର ଥାନାରେ ଏତଲା ଦେଇଥିବାର ଜଣାପଡ଼ିଛି । ଏହି ଏତଲା କେସ୍ ନଂ ୨୪୦/୧୮ମ୍ବର ରେ ରୁଜୁ ହୋଇଛି ।

error: Thank You Keep Visiting