ଦୁବାଇରୁ ଆସି ପ୍ରେମିକାର ମା’କୁ ହତ୍ୟା କଲା ପ୍ରେମିକ

Straight to the Point

ବାଲେଶ୍ୱର : ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମ ଓ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନାନୁସାରେ ଦୁବାଇରେ କାମ କରୁଥିବା ଅଭିଯୁକ୍ତ ସନିଆ ହୁଇ ଶ୍ୟାମାନନ୍ଦିପୁର ଗାଁରେ ଜଣେ ଝିଅକୁ ଭଲ ପାଉଥିଲା । ବାହାଘର ପାଇଁ ଝିଅଟି କଥା ଦେଇଥିଲା । ମାତ୍ର ବାରମ୍ବାର ଫୋନ ଲଗାଇବା ସତ୍ତେ୍ୱ ଯୁବତୀଙ୍କ ଫୋନ ନ ଲାଗିବାରୁ ଯୁବକ ଜଣଙ୍କ ପ୍ରେମିକାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ହତ୍ୟାକାଣ୍ଡା ଘଟାଇବା ପାଇଁ ଯୁବକ ଜଣଙ୍କ ସୁଦୁର ଦୁବାଇରୁ ଚାକିରି ଛାଡ଼ି ଆସିଥିଲେ । ଅଭିଯୁକ୍ତ ଜଣଙ୍କ ପ୍ରେମିକାର ଘରେ ପହଞ୍ଚି ତାଙ୍କ ପ୍ରେମିକକୁ ପାଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାର ମାଆଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

error: Thank You Keep Visiting