ପତ୍ନୀଙ୍କ ପ୍ରେମିକକୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଲେ ସ୍ୱାମୀ

Straight to the Point

ବାଲିଚନ୍ଦ୍ରପୁର: ପ୍ରେମ ବେଳେ ବେଳେ ମଣିଷକୁ ଅନ୍ଧ କରିଦେଇଥାଏ । ଏହାର କବଳରେ ଥରେ ପଡ଼ିଲେ ସେଥିରୁ ବାହରିବା ମୁସ୍କିଲ ହୋଇପଡ଼େ । ପ୍ରେମ ପାଇଁ ବିଭିନ୍ନ ସମୟରେ ଜେଲ୍ ମଧ୍ୟ ଯିବାକୁ ପଡ଼େ । ଏମିତି ଏକ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ଦଳିତ ସାହିରେ । ଏହି ଗ୍ରାମର ଜଣେ ୩ଟି ସନ୍ତାନର ଜନନୀ ସେହି ଗାଁରେ ଥିବା ଜଣେ ଯୁବକକୁ ଭଲ ପାଇ ପରେ ତାର ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଆପୋସ ସମାଧାନ ହୋଇଥିଲା । ତେବେ କିଛି ଦିନ ବ୍ୟବଧାନ ପରେ ସେହି ଦଳିତ ସାହିର ବୁଲ ଜେନା (୨୮)ଙ୍କ ପତ୍ନୀ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ । ତେବେ ଏହି ସମୟରେ ତାର ପୂର୍ବ ପ୍ରେମିକ ଗୌତମ ଜେନା (୨୬) ଘରେ ନଥିବାରୁ ବୁଲୁଙ୍କର ଗୌତମ ଉପରେ ତାଙ୍କ ପତ୍ନୀଙ୍କୁ ଫେରାର କରାଇ ନେଇଥିବା ସନ୍ଦେହ ହୋଇଥିଲା । ଏହି ଘଟଣାଟି ଏଭଳି ଭୟଙ୍କର ରୂପ ନେବ ବୋଲି କେହି ବିଶ୍ୱାସ କରିନଥିଲେ । ତେଣୁ ପ୍ରେମିକ ଜଣକ ଗାଁକୁ ଫେରି ଆସିବା ପରେ ରାଗରେ ଲାଲ ହୋଇ ରହିଥିବା ସ୍ୱାମୀ ଜଣକ ଗୌତମ ଗାଁକୁ ଫେରି ନଳକୂପ ମୁଳେ ଗାଧଉଥିବା ଖବରପାଇ ଏକ ଖଣ୍ଡା ଧରି ତାଙ୍କ ପତ୍ନୀଙ୍କ ପ୍ରେମିକ ଗୌତମକୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣି ପକାଇଥିଲେ ଓ ପରେ ଥାନାରେ ଆତ୍ମ ସମର୍ପଣ କରିଥିଲେ । ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଗୁରୁତର ପ୍ରେମିକକୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠେଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁୁ ଗିରଫ କରି ଆଜି ବାଲିଚନ୍ଦ୍ରପୁର ଥାନା କେସ୍ ନଂ ୮୯/୧୮ ଦଫା ୧୪୭, ୧୪୮, ୩୪୧, ୩୦୭, ୧୪୯ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ଏସ୍.ଆଇ ରବିନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

error: Thank You Keep Visiting