ଏଚଡିଏଫସି ବ୍ୟାଙ୍କ ସମ୍ମୁଖରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍

Straight to the Point

ଅନୁଗୋଳ : ଦିବାଲୋକରେ ବ୍ୟସ୍ତବହୁଳ ବ୍ୟବସାୟ ପେଣ୍ଠ ବଜାର ମଧ୍ୟସ୍ଥ ଶଙ୍କର ସିନେମା ରାସ୍ତାରେ ଏଚଡିଏଫସି ବ୍ୟାଙ୍କ ସମ୍ମୁଖରୁ ବସନ୍ତ କୁମାର ସାହୁଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଦୁର୍ବୁତ୍ତମାନେ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ସୋମବାର ପ୍ରାୟ ଦିନ ସାଢେ ଗୋଟାଏ ବେଳେ ଏହି ଘଟଣା ଘଟିଥିବା ବେଳେ ଦୁର୍ବୁତ୍ତଙ୍କ ଫଟୋ ବ୍ୟାଙ୍କ ସିସିଟିଭିରେ କଏଦ ହୋଇଥିବା ଜଣାଯାଇଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ôଚ ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ଲୁଟ୍ ଟଙ୍କା ଉଦ୍ଧାର କିମ୍ବା ଅପରାଧିଙ୍କୁ ଧରିବାରେ ସଫଳ ହୋଇ ପାରି ନଥିବା ଜଣାଯାଇଛି ।
ପ୍ରକାଶ ଯେ ଏଚଡିଏଫସି ବ୍ୟାଙ୍କକୁ ବସନ୍ତ ସାହୁ ଆସି ୧ ଲକ୍ଷ ୮୦ ହଜାର ଋଣ ଟଙ୍କା ବ୍ୟାଙ୍କରୁ ଉଠାଇଥିଲେ । ଏହି ଟଙ୍କାକୁ ଏକ ବ୍ୟାଗରେ ରଖି ବ୍ୟାଙ୍କ ବାହାରକୁ ଆସିବା ସମୟରେ ବ୍ୟାଙ୍କ ସାମ୍ନାରେ ଆଗରୁ ଜଗି ରହିଥିବା ଦୁଇଜଣ ଦୁର୍ବୁତ୍ତ ବସନ୍ତଙ୍କୁ ପିଛା କରିଥିଲେ । ରାସ୍ତା ଉପରକୁ ବସନ୍ତ ଆସିବା ପରେ ହଠାତ୍ ଦୁର୍ବୁତ୍ତମାନେ ଟଙ୍କା ବ୍ୟାଗ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ବ୍ୟାଙ୍କର ସିସି ଟିଭି ଯାଞ୍ଚ କରିଛି ।

error: Thank You Keep Visiting