ଧରା ପଡ଼ିଲା ଚେନ୍ ଲୁଟେରା,ଖାଇଲା ନିସ୍ତୁକ ମାଡ଼

An Independent Media

ଯାଜପୁର: ଯାଜପୁର ଥାନା ଅଧିନସ୍ଥ କପାସୀ ଛକ ନିକଟରେ ଜଣେ ଲୁଟେରା ଚେନ୍ ଲୁଟ୍ କରୁଥିବା ବେଳେ ଲୁଟେରାକୁ କାବୁ କରିଲେ ସ୍ଥାନୀୟ ଲୋକ । ଜଣେ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ସହିତ ଯାଜପୁର ମେଡ଼ିକାଲରୁ ଚିକିତ୍ସା ହୋଇ ଘରକୁ ଫେରୁଥିବା ସମୟରେ କପାସୀ ଛକ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ମହିଳା ଜଣକ ସୟଦପୁର ସ୍ଥିତ ନରୁଆ ଗ୍ରାମର ହେମନ୍ତ ରାଜଙ୍କ ପତ୍ନୀ ସାବିତ୍ରୀ ରାଜ ଉଭୟ ଫେରିବା ସମୟରେ ଜଣେ ଲୁଟେରା ତାଙ୍କ ପିଛା କରିଥିଲା ଏବଂ ଚେନ୍ ଲୁଟ୍ ପାଇଁ ଉଦ୍ୟମ କରିଥିଲା ।

ସ୍ୱାମୀ ସ୍ତ୍ରୀ ଦୁହେଁ ବାଇକ୍ରୁ ପଡ଼ି ଆହତ ହୋଇଥିଲେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ । ସେପଟେ ଲୁଟେରାକୁ କାବୁ କରି ଗଛରେ ବାନ୍ଧି ନିସ୍ତୁକ୍ ମାଡ଼ ଦେଇଥିଲେ ଏବଂ ଉତ୍ୟକ୍ତ ଜନସାଧାରଣ ପରେ ତା’ ବାଇକ୍ କୁ ଜାଳିଦେଇଥିଲେ । ଯାଜପୁର ଥାନା ପୋଲିସ୍ ପହଁଚି ଲୁଟେରାକୁ କାବୁ କରିଥିଲେ । ଲୁଟେରା ଜଣକ ପୂର୍ବରୁ ଚାରିଟା ଚାରିଟା କେସ୍ରେ କୋର୍ଟ ଫରୱାର୍ଡ଼ ହୋଇଛି । ଲୁଟେରା ଜଣକ ବୈଦ୍ୟରାଜପୁରସ୍ଥ ଇନ୍ଦ୍ରମଣୀ ସାହୁଙ୍କ ପୁଅ ରାହୁଲ୍ ସାହୁ ।

error: Thank You Keep Visiting