ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ,ଯୌତୁକ ପାଇଁ ମହିଳାଙ୍କୁ ତିନ୍ ତଲାକ୍

An Independent Media

କେନ୍ଦ୍ରାପଡା: ମୁସଲିମ ସଂପ୍ରଦାୟରେ ବହୁଳ ଭାବେ ପ୍ରଚଳିତ ତିନି ତଲାକ୍କୁ ଦେଶର ସର୍ବୋଚ୍ଚ ଅଦାଲତ ବେଅ।।ଇନ ଘୋଷଣା କରିବ ସହ ଏଥିପାଇଁ ଜେଲଦଣ୍ଡର ବ୍ୟବସ୍ଥା ରହିଥିଲେ ମଧ୍ୟ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରେ ତିନି ତଲାକ ବ୍ୟବସ୍ଥା ଜାରି ରହିଥିବା ଜଣାପଡିଛି । ଜିଲ୍ଲାର ସଦରଥାନା ଅନ୍ତର୍ଗତ ମୋଗଲବାଗ ମିର୍ଜାପାଟଣା ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ତିନି ତଲାକ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛିି ।

ଅନୁସଂଧାନରୁ ଜଣାପଡେ ଯେ, କେନ୍ଦ୍ରାପଡା ମିରପାଟଣାର ସେକ ଜାହିରଙ୍କ ଝିଅ ରୁମାନା ପରବିନ୍ ମୋଗଲବାଗ ମିର୍ଜାପାଟଣା ଗ୍ରାମର ଫକରୁଦ୍ଦିନ ଖାଁଙ୍କ ପୁଅ ସଲାଉଦ୍ଦିନଙ୍କୁ ଇସଲାମ ରୀତି ଅନୁସାରେ ୨୦୧୭ , ଜାନୁୟାରୀ ୪ ତାରିଖରେ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଶ୍ୱଶୁୁର ଓ ଶାଶୁ ଫିରୋଜ ବିବି ବାପଘରୁ ଯୌତୁକ ବାବଦରେ ଏକ କାର ଆଣିବାକୁ ରୁମାନାଙ୍କୁ କହିଥିଲେ । ରୁମାନା ଏହି ବିଷୟରେ ନିଜ ବାପାକୁ ଜଣାଇବାରୁ ସେ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ତେବେ ଏହି ଘଟଣାକୁ ନେଇ ରୁମାନାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବା ସହ ଅନେକ ଥର ସେ ମାଡ ଓ ଅଶ୍ଳୀଳ ଗାଳି ଖାଇଥିଲେ । ବର୍ଷେତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାପରେ ତାଙ୍କୁ ଅଧିକ ନିର୍ଯ୍ୟାତନା ଦିଆଯିବା ସହିତ ଶିଶୁକନ୍ୟାକୁ ମାରିଦେବାକୁ ସ୍ୱାମୀ ଓ ଶାଶୁ ଧମକ ଦେଇଥିଲେ ।

ଝିଅ ସହ ନିଜର ସୁରକ୍ଷା ପାଇଁ ଝିଅକୁ ନେଇ ବାପଘରକୁ ପଳାଇ ଆସିଥିିଲେ ମଧ୍ୟ ତାଙ୍କୁ ନବାକୁ ଶାଶୁଘର କେହି ଆସିନଥିଲେ । ଗତ ଅକ୍ଟୋବର ପହିଲାରେ ନିଜ ବାପଘର ଲୋକଙ୍କ ସହିତ ଶାଶୁଘରକୁ ଆସି ପହଞ୍ଚିବାପରେ ସ୍ୱାମୀ ସଲାଉଦ୍ଦିନ ଖାଁ ରାଗରେ ସର୍ବ ସମ୍ମୁଖରେ ତିନି ତଲାକ ଦେଇଥିଲେ । ଏହି ଘଟଣାକୁ ନେଇ ମୋଗଲବାଗ ମୁସଲିମ ପଞ୍ଚାୟତ ନିକଟରେ ଫେରାଦ ହେବାପରେ ତୁମର ତଲାକ ହୋଇଯାଇଛି । ତୁମେ ଆଉ ସ୍ୱାମୀ ଘରେ ରହିପାରିବ ନାହିଁ ବୋଲି ସେମାନେ କହିଥିଲେ । ପରେ ଆସି ତୁମର ଆସବାବପତ୍ର ନେଇଯାଅ ବୋଲି ପରାମର୍ଶ ଦେଇଥିଲେ ।

ତେବେ ଏହି ତଲାକକୁ ବେଆଇନ ବୋଲି ଦାବି କରିବା ସହିତ ସ୍ୱାମୀଙ୍କ ଗୃହରେ ରହିବାକୁ ରୁମାନା ଦାବି କରିଥିଲେ । ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଘରୋଇ ହିଂସାରୁ ନିଜର ସୁରକ୍ଷା ପାଇଁ ଦାବି କରିଥିଲେ । ଏହି ଅଭିଯୋଗ ସମୟରେ ତଲାକ ମହିଳା ସହାୟତା ସମିତିର ସାଇରା ମିର୍ଜା ଓ ଦୁଇଜଣ ଆଇନଜୀବୀ ଉପସ୍ଥିତଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଆଳି ଥାନା ଅନ୍ତର୍ଗତ ଗୁହାଲିସାହି କଳାପାହାଡ ଅଂଚଳରଞ୍ଚସେକ ରୀଜା ଅହେମଦ ତାଙ୍କ ସ୍ତ୍ରୀ ତକସିମା ଖାତୁନ୍ (୨୪)ଙ୍କୁ ଅକ୍ଟୋବର ୪ ତାରିଖରେ ଫୋନ୍ରେ ତିନି ତଲାକ ଦେଇଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା ।

error: Thank You Keep Visiting