ସ୍ତ୍ରୀର ଅଧିକାର ସାବ୍ୟସ୍ତ କରିବା ଲାଗି ଗାଁ ଦାଣ୍ଡରେ ଅନ୍ତସ୍ୱତା ମହିଳା

An Independent Media

ତିହିଡି: ମିସ୍କଲରୁ ପ୍ରେମ ତାପରେ ବିବାହ ସୁଖଦୁଃଖ ଓ ତେଲଲୁଣର ସଂସାର ଚାଲିଥିବାବେଳେ ସ୍ତ୍ରୀକୁ ଅନ୍ତସ୍ୱତା କରି ବର୍ଷକ ପରେ ସ୍ୱାମୀ ଚମ୍ପଟ ମାରି ଛୁ । ପରେ ଘର ଠିକଣା ଖୋଜି ଖୋଜି ଶେଷରେ ମହିଳା ଜଣକ ସ୍ୱାମୀଙ୍କ ଗାଁରେ ପହଁଞ୍ôଚ ସ୍ତ୍ରୀର ଅଧିକାର ସାବ୍ୟସ୍ତ କରିବା ଲାଗି ପିଣ୍ଢାରେ ବସିଥିଲେ ।
ପ୍ରାୟ ୪ ଘଣ୍ଟା ପରେ ଶ୍ୱଶୁର ଘରଲୋକେ ସେଠାରୁ ତଡିଦେବା ପରେ ମହିଳା ଜଣଙ୍କ ଗାଁ ଦାଣ୍ଡରେ ବସିଥିବା ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି କେବଳ ସେତିକି ନୁହେଁ ସୁଦୂର କୋଲକାତାରୁ ରାତି ଅନିଦ୍ରା ହୋଇ ଆସି ସକାଳ ନିତ୍ୟକର୍ମ ନକରି ଅଖିଆ ଅପିଆ ଗାଁ ଦାଣ୍ଡରେ ବସିଥିବା ଦେଖିବାକୁ ମିଳିଥିଲା । ପରେ ଗାଁର ମହିଳାମାନେ ତାଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝୁଥିବା ମଧ୍ୟ ପରିଲକ୍ଷିତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ସିନ୍ଦୋଳ ପଞ୍ଚାୟତ ଇନ୍ଦିରିଆ ଗାଁର ମିଶ୍ର ସାହିରେ ।

ଗାଁ ଦାଣ୍ଡରେ ବସିଥିବା ମହିଳାଙ୍କ ସୂଚନାନୁସାରେ ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଫତେପୁର ଗ୍ରାମର ଟିମା ପାତ୍ରଙ୍କ ଝିଅ ସ୍ନେହଲତା ପାତ୍ର । ପ୍ରାୟ ଏକ ବର୍ଷ ତଳେ ମହିଳା ଜଣକ କୋଲକାତାରେ ରହୁଥିବାବେଳେ ଏକ ମିସ୍କଲରୁ ଇନ୍ଦିରିଆ ମିଶ୍ର ସାହି ଗାଁର ଶୁଭକାନ୍ତ ମିଶ୍ରଙ୍କ ସହ ସମ୍ପର୍କ ଆରମ୍ଭ ହୋଇ ପରେ ପ୍ରେମ ହୋଇଥିଲା । ଶେଷରେ ପରସ୍ପର ଏକ ମନ୍ଦିରରେ ବିବାହ କରି ଶୁଭକାନ୍ତ କାମ କରୁଥିବା କୋଲକାତାସ୍ଥିତ ଚିତିରା ଅଞ୍ଚଳରେ ରହୁଥିଲେ । ଇତିମଧ୍ୟରେ ମହିଳା ଜଣକ ଅନ୍ତସ୍ୱତା ହୋଇଛନ୍ତି । କେତେକ କାରଣ ସହ ଯୌତୁକ ପ୍ରସଙ୍ଗର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କୁମାର ପୂର୍ଣ୍ଣିମାରେ ଶୁଭକାନ୍ତ ଗାଁକୁ ଆସି ଆଉ କୋଲକାତା ଯାଇନଥିଲା ।
ଦୀର୍ଘ ଦିନ ବିତିଯିବା ପରେ ଶେଷର ନିରୁପାୟ ହୋଇ ଠିକଣା ଖୋଜି ଖୋଜି ସ୍ନେହଲତା ଗୁରୁବାର ସକାଳେ ଇନ୍ଦିରିଆ ମିଶ୍ର ସାହିସ୍ଥିତ ସ୍ୱାମୀଙ୍କ ଘର ଦୁଆର ମୁହଁରେ ପହଞ୍ôଚଥିଲେ । ସ୍ୱାମୀ ଶୁଭକାନ୍ତ ଅତି ଚତୁରତା ସହ ଘରୁ ବାହାରି ଯାଇଥିବାବେଳେ ପରିବାର ଲୋକେ ମଧ୍ୟ ମହିଳାଙ୍କୁ ସେଠାରୁ ବାହାର କରି ଦେଇଥିଲେ । ପରେ ସେ ଗାଁ ଦାଣ୍ଡରେ ବସି ସମସ୍ତଙ୍କୁ ଶୁଭକାନ୍ତ ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରୁ ବୋଲି ଗୁହାରୀ କରିଥିଲେ । ଗ୍ରାମବାସୀଙ୍କ ଉଦ୍ୟମ ତଥା ଗଣମାଧ୍ୟମରେ ହସ୍ତକ୍ଷେପରେ ଅପରାହ୍ନରେ ପରିବାର ଲୋକେ ରାଜି ହେବା ସହ ଦୋଳସାହି ବଜାର ଯାଇଥିଲେ । ସେଠାରେ ସ୍ନେହଲତାକୁ ତାଙ୍କ ସ୍ୱାମୀ ଶୁଭକାନ୍ତଙ୍କୁ ହସ୍ତାନ୍ତର କରିଥିଲେ । ଉଭୟ କୋଲକାତା ଯାଇ ପୂନଶ୍ଚ ସାଥିହୋଇ ରହିବେ ଏବଂ ଏଭଳି ସମସ୍ୟା ଆଉ ହେବନାହିଁ ବୋଲି ଶୁଭକାନ୍ତଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

error: Thank You Keep Visiting