ପିସ୍ତଲ ଦେଖାଇ ଏନ୍ଜେନ୍ ଯନ୍ତ୍ରୀଙ୍କୁ ଲୁଟିଲେ

An Independent Media

ତାଳଚେର : ଏନ୍ଜେନ୍ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ (୨୯) କଣିହାଁ ଥାନାରେ କୁମୁଣ୍ଡା ପଥରନାଳ ନିକଟରେ ଲୁଟ୍ପାଟର ସମ୍ମୁଖୀନ ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛିନ୍ଭିନ୍ ଚଳାଇଚି । ପ୍ରକାଶ ଯେ, ସନ୍ତୋଷଙ୍କ ନିଜ ଘର କୁମୁଣ୍ଡା ଗ୍ରାମରେ ହୋଇଥିଲା ବେଳେ ସେ କୋଶଳାଠାରେ କାର୍ଯ୍ୟରତ ଅଛନ୍ତି । କାମ ସାରି ବାଇକ୍ରେ ସନ୍ଧ୍ୟାରେ ଘରକୁ ଫେରିବା ବାଟରେ ପଥରନାଳ ନିକଟରେ ତିନି ଜଣ ମୁଖାପନ୍ଧା ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ବନ୍ଧୁକ ଦେଖାଇ ନିସ୍ତୁକ ମାଡ ମାରିବା ସହ ତାଙ୍କ ନିକଟରେ ଥିବା ନଗଦ ୩ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଦୁବୁର୍ତ୍ତମାନେ ବାଇକକୁ ଭାଙ୍ଗିରୁଜି ଦେଇଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମରରେ ସେ ଲହୁଲୁହାଣ ହୋଇ ପଡିଥିବା ବେଳେ କଣିହାଁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଅଭିଯୋଗ ପାଇବା ପରେ କଣିହାଁ ପୁଲିସ୍ର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ôଚ ଛାନଭିନ୍ ଚଳାଇଛି ।

error: Thank You Keep Visiting