ମହିଳାଙ୍କୁ ବନ୍ଦୀ କରି ନିୟମିତ ଦୁଷ୍କର୍ମ କରୁଥିଲେ ବାବା ଅମିତ୍

An Independent Media

ଗୋରଖପୁର: ଗୋରଖପୁର ନିକଟବର୍ତ୍ତୀ ପରମେଶ୍ୱରପୁରରେ ଏକ ଆଶ୍ରମ ରହିଛି । ସେହି ଆଶ୍ରମରେ ଦୁଇ ବର୍ଷ ଯାଏଁ ଅଭିଯୋଗକାରିଣୀ ମହିଳାଙ୍କୁ ବାବା ଜଣଙ୍କ ବନ୍ଦୀ କରି ରଖିଥିଲେ । ସେହି ଆଶ୍ରମରେ କାମ କରୁଥିବା ଜଣେ ସେବକଙ୍କର ସହାୟତାରେ ବହୁ କଷ୍ଟରେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ ପୀଡ଼ିତା ମହିଳା । ମହିଳାଙ୍କ ଅଭିଯୋଗାନୁଯାୟୀ ଦୁଇ ବର୍ଷ ତଳେ ସେ ଏକ କାରାଖାନାରେ ମହିଳା ଜଣକ କାମ କରୁଥିଲେ । ଥରେ ରୋଗାଗ୍ରସ୍ତ ହୋଇ ସେ ଅନ୍ୟ ଜଣେ ମହିଳାଙ୍କ ସହାୟତାରେ ଅମିତ ବାବାଙ୍କ ପାଖକୁ ଯାଇଥିଲେ । ବାବା ତାଙ୍କୁ ଔଷଧ ଦେଲେ । ତା’ପରେ ତାଙ୍କର ମୁଣ୍ଡ ବୁଲେଇଲା । ତା’ପର ଦିନ ବାବା ପୀଡ଼ିତାଙ୍କୁ ଫୋନ୍ ଯୋଗେ ଡାକି ଆଣିଥିଲେ ଆଶ୍ରମକୁ । ତା’ପରେ ବାବା ତାଙ୍କୁ ବନ୍ଦୀ କରି ରଖିଥିଲେ ଓ ନିୟମିତ ଭାବେ ଦୁଷ୍କର୍ମ କରୁଥିଲେ ।

ପରେ ମହିଳା ଜଣକ ବହୁତ କଷ୍ଟରେ ସେଠାରୁ ଖସି ଆସି ନୂଆଦିଲ୍ଲୀରେ ଥିବା ମହିଳା କମିଶନଙ୍କ ପାଖରେ ଗୁହାରି ଜଣାଇଛନ୍ତି । ଉକ୍ତ ମହିଳାଙ୍କର ଅଭିଯୋଗ ହେଲା ଯେ ଅମିତ ବାବା ଓରଫ ମଜାରବାଲା ତାଙ୍କୁ ଗତ ୨ ବର୍ଷ ଧରିବନ୍ଦୀ କରି ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ୍ ଆଇପିସି ଧାରା ୩୭୬, ୩୨୩, ୩୪୨, ୩୨୮, ୫୦୬ ଓ ୧୨୦ (ବି) ଅନୁଯାୟୀ ଦିଲ୍ଲୀରେ ଜିରୋ ଏଫଆଇଆର ରୁଜୁ କରିଛି ।

error: Thank You Keep Visiting