ଝିଅମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମନୋରଞ୍ଜନ ପାଇଁ ପଠାନ୍ତି ମାଲିକାଣୀ

An Independent Media

ଉତ୍ତର ପ୍ରଦେଶ: ଆଉ ଏକ ସେକ୍ସ ରାକେଟର ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ଅବସ୍ଥିତ ମା ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହ । ସେଠାରୁ ଜଣେ ୧୧ ବର୍ଷୀୟା ନାବାଳିକା ଖସି ଆସି ପୁଲିସକୁ ସେକ୍ସ ରାକେଟ୍ ସଂପର୍କରେ ସୂଚନା ଦେଇଥିଲା । ମା ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହ (ଆଶ୍ରମ)ର ସଞ୍ଚାଳିକା ତଥା ମାଲିକାଣୀ ଗିରିଜା ତ୍ରିପାଠୀ । ସଞ୍ଚାଳିକାଙ୍କ ଦ୍ୱାରା ଏଠାରେ ରହୁଥିବା ଝିଅମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ମନୋରଞ୍ଜନ ପାଇଁ ପଠାଉଥିଲେ ବୋଲି ବାଳିକାଟି ପୋଲିସ ନିକଟରେ ଅଭିଯୋଗ କରିଛି ।
ପୋଲିସ ନିକଟରେ ନାବାଳିକା ଦେଇଥିବା ଅଭିଯୋଗାନୁସାରେ ମା’ ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହରେ ରହୁଥିବା ସମସ୍ତ ମହିଳା ଓ ଯୁବତୀମାନଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହିତ ଏପରି କୁକର୍ମରେ ସମସ୍ତଙ୍କୁ ଲିପ୍ତ ରହିବାକୁ ବାଧ୍ୟ କରାଯାଉଛି । ଯେଉଁମାନେ ଏହାର ବିରୋଧାଚରଣ କରନ୍ତି ସଞ୍ଚାଳିକା ତଥା ମଲିକାଣୀଙ୍କ ପକ୍ଷରୁ ସେମାନଙ୍କ ଉପରେ ଅତ୍ୟନ୍ତ କଠୋର ନିର୍ଯାତନା ଦିଆଯାଇଥାଏ ।
ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଅତିଥିମାନଙ୍କ ପାଖକୁ ଯିବା ପୂର୍ବରୁ ଝିଅମାନଙ୍କୁ ଡ୍ରଗ୍ସ ସେବନ କରିବାକୁ ଦିଆଯାଉଥିଲା, ଯାହା ଦ୍ୱାରା ଶାରୀରିକ ସଂପର୍କ ବେଳେ ସେମାନେ ଯନ୍ତ୍ରଣା ଅନୁଭବ କରିପାରିବେ ନାହିଁ ।

error: Thank You Keep Visiting