ଦୁର୍ବୃତ୍ତମାନେ ଯୁବତୀକୁ ଉଠାଇନେଇ ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ

An Independent Media

ଜଙ୍କିଆ : ବର୍ତ୍ତମାନ ସମୟରେ ବଢ଼ି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ଅସଦାଚରଣ ଘଟଣାର କେବେ ଅନ୍ତ ଘଟିବ ତାହା ଏବେ ଆଜିର ଶିକ୍ଷିତ ସମାଜ ଆଗରେ ଏକ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି । ଦୈନନ୍ଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଅଭିଯୋଗର ହାର ବଢ଼ିବାକୁ ଲାଗିଛି । ଆଜି ଏମିତି ଏକ ଜଘନ୍ୟ କାଣ୍ଡର ଖବର ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରୁ ଆସିଛି । ଅଭିଯୋଗାନୁସାରେ ପୀଡ଼ିତା ଅନ୍ୟ ଜଣେ ଯୁବତୀ ସହ ଗାଁ ମୁଣ୍ଡରେ ବୁଲୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଉଠାଇ ନେଇଥିଲେ ।
ଏନେଇ ଅନ୍ୟ ଯୁବତୀ ଜଣଙ୍କ ଗାଁରେ କହିବା ପରେ ଲୋକେ ତାକୁ ଚେତାଶୂନ୍ୟ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପୀଡ଼ିତା ଯୁବତୀକୁ ମାରଣାସ୍ତ୍ର ଦେଖାଇ ୩ ଜଣ ଦୁର୍ବୃତ୍ତ ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟକୁ ଉଠାଇନେଇ ଗଣଦୁଷ୍କର୍ମ କରିବାପରେ ଦୁର୍ବୃତ୍ତମାନେ ଯୁବତୀକୁ ଜଙ୍ଗଲରେ ଫିଙ୍ଗି ଚାଲିଯାଇଥିଲେ ।

error: Thank You Keep Visiting