ଏନକାଉଣ୍ଟରରେ ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ

An Independent Media

ଅନୁଗୁଳ : ଅନୁଗୁଳ ଜିଲାରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ (୩୮) ଆହତ ହୋଇଛି । ବାଦଲର ଘର ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ବୋଲି ଜଣାପଡିଛି । ବାଦଲ ହେଉଛି ପୂର୍ବରୁ ଏନକାଉଣ୍ଟର କରାଯାଇଥିବା ବିଲୁର ସହଯୋଗୀ । ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜି ଆହତ ହୋଇଛି ।
ସୂଚନାନୁସାରେ, ଗୁରୁବାର ସକାଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ବାଦଲକୁ ଧରିବା ପାଇଁ ଯାଇଥିଲା । ପୁଲିସକୁ ତାଳଚେର ଏମସିଏଲ ଲିଙ୍ଗରାଜ ଖଣି ନିକଟରେ ଦେଖି ବାଦଲ ପ୍ରଥମେ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି ଚାଳନା କରିଥିଲା ।
ବାଦଲ ନାମରେ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରହିଛି । ବାଦଲ ପାଖରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ ହୋଇଛି । ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ବାଦଲକୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଦୁଇ ଜଣ ଅପରାଧୀ ପୁଲିସ ଏନକାଉଣ୍ଟର ସମୟରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

error: Thank You Keep Visiting