କଲେଜ ଲ୍ୟାବରୁ ଶାଗୁଆନ କାଠ ଜବତ

An Independent Media

ଅନୁଗୋଳ : ଅନୁଗୋଳ ବନଖଣ୍ଡ ଜରପଡା ରେଞ୍ଚ ଅଧିନରେ ଥିବା ପତିତପାବନ +୩ ମହାବିଦ୍ୟାଳୟର ଲ୍ୟାବରୁ ବନ ବିଭାଗ ପକ୍ଷରୁ ଚଢଉ କରାଯାଇ ଚୋରା ଶାଗୁଆନ କାଠ ଜବତ କରାଯାଇଛି । କଲେଜ କ୍ୟାମ୍ପସରେ ଚୋରା କାଠ ଥିବାର ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସକାଳ ୮ଟା ବେଳେ ଏସିଏଫ ବସନ୍ତ ନାୟକ, ଜରପଡା ରେଞ୍ଜର ହୃଦାନନ୍ଦ ନାଏକ ଓ ଛେଣ୍ଡିପଦା ରେଞ୍ଜର ଦୁର୍ଗାଚରଣ ଏବଂ କର୍ମଚାରୀ ମାନେ ପହଞ୍ôଚଥିଲେ । ସେହି ମହାବିଦ୍ୟାଳୟ ତାଲା ପଡିଥିବାରୁ ଅଧ୍ୟକ୍ଷଙ୍କୁ ଡକାଇଥିଲେ ।

ଦିନ ପ୍ରାୟ ୧୦ଟା ବେଳେ ଅଧ୍ୟକ୍ଷ ପହଞ୍ôଚବା ପରେ ପିଅନ ଚାବି ନେଇ ଲ୍ୟାବକୁ ଖୋଲିବା ପରେ ସେଥିରେ ୯.୬୬ ଘନଫୁଟର ଶାଗୁଆନ କାଠ ରଖାଯାଇଥିବାର ଦେଖିବାକୁ ପାଇଥିଲେ । ଉକ୍ତ କାଠ ଗୁଡିକର କୌଣସି ସରକାରୀ ରସିଦ କଲେଜ କର୍ତ୍ତୁପକ୍ଷ ଦେଖାଇ ନପାରିବାରୁ ଚୋରା କାଠ ରଖାଯାଇଥିବାର ଜଣା ପଡିଥିଲା । କିଏ କାହିଁକି ମହାବିଦ୍ୟାଳୟ ପରିସରରେ ଏଭଳି ବେଆଇନ ଭାବେ କାଠ ରଖିଛି ବୋଲି ପ୍ରଶ୍ନରେ ସଠିକ ଉତ୍ତର ଦେଇ ପାରି ନାହାଁନ୍ତି କଲେଜ କର୍ତ୍ତୁପକ୍ଷ ।

ଏ ସମ୍ପର୍କରେ ଅନୁଗୋଳ ଡିଏଫଓ ଭି କାର୍ତ୍ତିକେୟନଙ୍କ ସହ ଯୋଗାଯୋଗ କରିବ।ରୁ ସେ ପ୍ରକାଶ କରିଥିଲେ ଯେ ଖବର ପାଇ ଚଢଉ ବେଳେ କାଠ ଜବତ କରି ଏକ ମୋକଦମା ରୁଜୁ କରି ଘଟଣାର ଅନୁସନ୍ଧାନ ଚାଲିଛି । ପରବର୍ତ୍ତୀ ସମୟରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଠି ପ୍ରଶ୍ନ ଉଠିଛି ଶିକ୍ଷାନୁଷ୍ଠାନ ଭଳି ଏକ ସଂସ୍ଥାରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଏଭଳି କର୍ମଚାରୀଙ୍କୁ ବହିଷ୍କାର ପାଇଁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।

error: Thank You Keep Visiting