କୋଇଲା ଚୋର ସାବଧାନ – ଆଇଆଇସି

Straight to the Point

ତାଳଚେର : ତାଳଚେର ଅଞ୍ଚଳରେ ଏମ୍ସିଏଲର ଲିଙ୍ଗରାଜ କୋଇଲା ଖଣି ବଳରାମ କୋଇଲା ଖଣି, ହିଙ୍ଗୁଳା କୋଇଲା ଖଣି, ଭରତପୁର କୋଇଲା ଖଣି, ଜଗନ୍ନାଥ କୋଇଲା ଖଣି, ଅନନ୍ତ କୋଇଲା ଖଣି, ଭୁବନେଶ୍ୱରୀ କୋଇଲା ଖଣି, କଣିହାଁ କୋଇଲା ଖଣି, ନନ୍ଦିରା କୋଇଲା ଖଣି । ଏ ଅଞ୍ଚଳ ଉପରେ ଜିଲ୍ଲା, ରାଜ୍ୟ ବାହାରରୁ ମାଫିଆ ମାନେ ସ୍ଥାନୀୟ ଛୋଟ ଛୋଟ ମାଫିଆଙ୍କୁ ଧରି କୋଇଲା, ଡିଜେଲ ଚୋରି କରନ୍ତି । କୋଇଲାଖଣି (ହିଙ୍ଗୁଳା, ବଳରାମ, ଭରତପୁର, ଅନନ୍ତ, ଜଗନ୍ନାଥ) କୋଲିୟରୀ ଥାନା, କୋଇଲା ଖଣି (ଲିଙ୍ଗରାଜ, ଭୁବନେଶ୍ୱରୀ, ଅନନ୍ତ ଅଂଶ) ତାଳଚେର ଥାନା ଏବଂ କଣିହାଁ କୋଇଲାଖଣି କଣିହାଁ ଥାନା, କଣିହାଁ ଥାନା ଅଞ୍ଚଳରେ କୋଇଲା ଚୋରି ଚାଲିଛି । କୋଲିୟରୀ ଥାନା ଅଞ୍ଚଳରେ କିଛି କିଛି ତାଳଚେର ଥାନା ଅଞ୍ଚଳରେ ଆଂଶିକ ଚାଲିଲେ ମଧ୍ୟ ଆଇଆଇସି ଦୈନିକ ଚଢାଉ ପରେ ପ୍ରାୟ ଦିନ ଖଣି ଅଞ୍ଚଳରୁ କୋଇଲା ଚୋରୀ, ଡିଜେଲ ଚୋରୀ, ଢାବାରୁ ବିଦେଶୀ ଓ ଦେଶୀ ମଦ ଜବତ ହେଉଛି । ୩୦/୧୧/୧୮ ରିଖ ଦିନ ଲିଙ୍ଗରାଜ କୋଇଲା ଖଣି ପାଖରେ ଥିବା ପିତାବଳି ଜାଗାରେ ବେଆଇନ ଭାବେ କୋଇଲା ଡିପୋ କୁ ତାଳଚେର ଥାନା ଆଇଆଇସି ସୌଭାଗ୍ୟ ସ୍ୱାଇଁଙ୍କ ସହିତ ତାଙ୍କ ସହଯୋଗି ପୋଲିସ୍ ଡିପୋକୁ ଚଢାଉ କରି ଶହେଟନ୍ କୋଇଲା୍ ଜବତ କରିଛନ୍ତି । ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର ତାଳଚେର ଓ ଅନୁଗୋଳ ପୋଲିସଙ୍କ ସହାୟତାରେ ରେଡ୍ ଓ ଏନ୍କାଉଣ୍ଟର କରାଉଛନ୍ତି ବୋଲି କ୍ରିମିନାଲ ମାନଙ୍କୁ ଆତଙ୍କିତ ଅବସ୍ଥାରେ ଦେଖିବାକୁ ମିଳୁଛି ।

error: Thank You Keep Visiting