ଗୁଳିଫୁଟାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୭ଲକ୍ଷ ଟଙ୍କା ନେଇ ଦୁବୃର୍ତ୍ତ ଚମ୍ପଟ

Straight to the Point

ପାରାଦୀପ: ସ୍ଥାନୀୟ ଇଫକୋ ଛକ ନିକଟସ୍ଥ ସାହୁ ମାର୍କେଟ କମ୍ପଲେକ୍ସ ଠାରେ ଦିନ ଦିପହରେ ସିଏମଏସ (କ୍ୟାସ ମ୍ୟାନେଜଜମେଣ୍ଟ ସର୍ଭିସ)ର ଏକ କର୍ମଚାରୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୁରୁଡି ଗ୍ରାମର ସଞ୍ଜୟ ଦାସଙ୍କୁ ଦୁବୃତ ଗୁଳିମାଡ କରି ବ୍ୟାଗରେ ଥିବା ୭ଲକ୍ଷ ଟଙ୍କା ଛଡାଇ ନେଇ ଚମ୍ପଟ୍ ମାରିଛି । ତାଙ୍କର ଡାହଣ ଗୋଡରେ ଗୁଳି ବାଜି ଆହତ ହୋଇଛନ୍ତି ସାହୁ କମ୍ପଲେକ୍ସରେ ଥିବା ମୁଥୁଟ ଫାଇନସକୁ ଟଙ୍କା ଭର୍ତ୍ତି ୭ଲକ୍ଷ ବ୍ୟାଗ ନେଇ ଯାଉଥିବା ବେଳେ ପ୍ରଥମେ ଦୁଇଜଣ ତାଙ୍କୁ ପଛପଟୁ କାବୁକରି ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ଛାଟି ଦେବାରୁ ଅନ୍ୟ ଦୁଇଜଣ ଦୁର୍ବୃତ ଆସି ତାଙ୍କ ଗୋଡକୁ ଗୁଳିମାଡ କରି ଟଙ୍କା ବ୍ୟାଗଟକୁ ଛଡାଇନେଇଥିଲେ ।

ସଞ୍ଜୟଙ୍କୁ ଆହତ ଅବସ୍ଥାରେ ବନ୍ଦର ଚିକିତ୍ସାଳ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଚିକିତ୍ସାଳୟ ପକ୍ଷରୁ ସୁଚନା ଏହି ଗୁଳିମାହ ଘଟଣାର ପାରାଦୀପ ଥାନା ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ସାମଲ ଛାନଭିନ ଆରମ୍ଭ କରିଛନ୍ତି । ସୂଚନା ଥାଉକି ଗତ କାଲି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପାରାଦୀପ ମୁଖ୍ୟ ଶାଖା ପାରାଦୀପ ଥାନା ମିଳିତ ସହଯୋଗରେ ଜନ ସଚେତନା ଜାଗ୍ରତ କରାଇବା ଉଦ୍ଦ୍ୟେଶ୍ୟରେ ଏକ ମକଡେଳ ହୋଇଥିଲା ଯାହାକି ସାଧାରଣ ନାଗରିକ ବ୍ୟାଙ୍କକୁ ଜମା ଓ ଉଠାଣ ଏଟିମ ବ୍ୟବହାର କରିବା ସମୟରେ ଦୁର୍ବୃତ ମାନଙ୍କ କବଳରୁ ନିଜକୁ ତଥା ନିଜର ଅର୍ଥକୁ କିଭଳି ସୁରକ୍ଷା କରିପାରିବେ ୨୪ଘଣ୍ଟା ନପୁରୁଣୁ ଆଜିରେ ତାହାର ବ୍ୟେତିକ୍ରମ ଦେଖାଯିବା ପୋଲିସ ପ୍ରସାଶନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ।

ଗତ କିଛି ଦିନ ତଳେ ନୂତନ ଭାବେ ପାରାଦୀପ ଥାନାରେ ଯୋଗ ଦେଇଥିବା ଭାରପ୍ରାପ୍ତ ଅଧିକାରୀଙ୍କ ପାଇଁ ପାରାଦୀପ ଅସାନ୍ତ ତଥା ଅସୁରକ୍ଷୀତ ସମସ୍ୟା ଏକ ଚ୍ୟାଲେଞ୍ଜ । ଦୁର୍ବୃତ ମାନେ ଅତି ଶୀର୍ଘ ଧରା ପଡି ଯାଇପାରନ୍ତେ ତେବେ ଥାନା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଏକ ଉଦାହରଣ ତଥା ଜନସାଧାରଣଙ୍କ ଆଦୃତ ହୋଇପାରିବେ ବୋଲି ସାଧାରଣରେ ଆଲୋଚନା ।

error: Thank You Keep Visiting