ବିବାହ ବେଦୀରୁ ବରକୁ ଉଠାଇନେଲା ପୋଲିସ

Straight to the Point

ମୁମ୍ବାଇ: ମୋଟରସାଇକେଲରେ ଦ୍ରୁତ ଗତିରେ ମହିଳାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିବା ଯୁବକକୁ ପୋଲିସ ବିବାହ ବେଦୀରୁ ଉଠାଇ ନେଇଛି । ମୁମ୍ବାଇ ନିକଟସ୍ଥ ବାନ୍ଦ୍ରାରେ ଏହି ଘଟଣା ଘଟିଛି । ଚୋରି କରିବା ସମୟରେ ଏହି ଦୁଇଜଣ ନିଜ ମଟରସାଇକେଲ ନମ୍ବରରେ ବ୍ଲାକଟେପ୍ ମାରି ଦେଇଥିଲେ, ହେଲେ ଚୋରିର ପୁରା ଦୃଶ୍ୟ ସ୍ପଷ୍ଟ ଭାବରେ କ୍ୟାମେରାରେ କଏଦ ହୋଇଥିଲା । ସେହିଦିନ ଏହି ମୋବାଇଲକୁ ଦୁଇଜଣ ବିକ୍ରି କରି ଦେଇଥିଲେ । ଅଜୟ ସୁନୀଲ ଧୋତେ ନାମକ ଯୁବକ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଜଣେ ମହିଳାଙ୍କଠାରୁ ମୋବାଇ ଛଡାଇ ନେଇ ଦ୍ରୁତ ଗତିରେ ମଟର ସାଇକେଲରେ ପଳାଇଥିଲେ ।

ଚୋରିରେ ତାଙ୍କୁ ଅଲତାଫ୍ ମୀରଜା ନାମକ ଆଉ ଜଣେ ଯୁବକ ସହଯୋଗ କରିଥିଲେ । ଏହି ସବୁ ଘଟଣା ସିସି ଟିଭିରେ କଏଦ ହୋଇଥିଲା । ପୋଲିସ ଏହି ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଧୋତେ ଓ ମୀରଜାଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୩୯୨ରେ ମାମଲା ରୁଜୁ କରାଯାଇଥିଲା । ଡକାୟତି ମାମଲାରେ ପୋଲିସ ତାଙ୍କୁ ଖୋଜୁଥିଲା । ପୋଲିସ ସିସି ଟିଭି ଫୁଟେଜ ଦେଖିବା ପରେ ଧୋତେ ଘରକୁ ଯାଇଥିଲା । ହେଲେ ସେଠାରେ ସେ ବାହା ହେଉଥିବା ଦେଖିବାକୁ ପାଉଥିଲା । ଚୋରିରେ ସାହାଯ୍ୟ କରିଥିବା ମୀରଜା ସେହି ସମୟରେ ନାଚୁଥିଲା । ପୋଲିସ ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ସାଧାରଣତଃ ଏକୁଟିଆ ମହିଳାଙ୍କୁ ଲୁଟ୍ କରୁଥିଲେ ଏହି ଦୁଇଜଣ ।

error: Thank You Keep Visiting