ଦୁର୍ବୃତ୍ତମାନେ କାଟିନେଲେ ମୁଲ୍ୟବାନ ଗଛ

Straight to the Point
କଟକ: କଟକ ପାରାଦ୍ବୀପ ମୁଖ୍ୟ ରାସ୍ତା ମଝିରେ ଥିବା ଧଳତଙ୍ଗଗଡ ଜଙ୍ଗଲରୁ ଦୁର୍ବୃତ୍ତ ମାନେ ଅବାଧରେ ମୂଲ୍ୟବାନ ଗଛ କାଟୁଛନ୍ତି ।ଜଗତସିଂହପୁର ଜିଲ୍ଲାର ଏକମାତ୍ର ସଂରକ୍ଷିତ ଜଙ୍ଗଲ ହେଉଛି ଧଳତଙ୍ଗଗଡ । ଏହି ଜଙ୍ଗଲରୁ ଦୁର୍ବୃତ୍ତ ମାନେ ମୂଲ୍ୟବାନ ଗଛ ଗୁଡିକୁ କାଟିନେଉଥିଲେ ମଧ୍ୟ ପୁଲିସ କିମ୍ବା ଜଙ୍ଗଲ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ଧଳତଙ୍ଗଗଡ ଜଙ୍ଗଲରୁ ଏକ ମୂଲ୍ୟବାନ ଗଛକୁ ଦୁର୍ବୃତ୍ତ ମାନେ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହରେ ରାସ୍ତା କଡରୁ କାଟି ନେଇଥିଲେ ।
ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଆସାମୀକୁ ଗିରଫ କରିବାରେ ବିଫଳ ହୋଇଛନ୍ତି । ସେହିପରି ଏହି ଗଛ କଟାଯିବାର ୧୫ଦିନ ପରେ ଆଉ ଗୋଟିଏ ମୂଲ୍ୟବାନ ଗଛକୁ ଦୁର୍ବୃତ୍ତ ମାନେ ମୁଳରୁ କାଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପକାଇ ରଖିଛନ୍ତି ।ଜଙ୍ଗଲ ବିଭାଗର ଅଧୀକାରୀ ଓ ତିର୍ତ୍ତୋଲ ପୁଲିସ ମଧ୍ୟ ଅବାଧ ଗଛ କଟାକୁ ରୋକିପାରୁନାହାଁନ୍ତି। ଏହା ଫଳରେ ଧଳତଙ୍ଗଗଡ ଜଙ୍ଗଲଟି ଅସାମାଜିକଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଛି । ତେଣୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
error: Thank You Keep Visiting